ଓଡିଆ ପକ୍ଷ ପାଳନର ଦ୍ଵାଦଶ ଦିବସ : ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଏବଂ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ...

ଓଡିଆ ପକ୍ଷ ପାଳନର ଦ୍ଵାଦଶ ଦିବସ : ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଏବଂ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ...


ବରଗଡ,୧୨/୦୪ : ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଶା ଦେଖାଇଥିବା କିମ୍ବା ସ୍ଵତନ୍ତ୍ର ଓଢ଼ିଶା ଗଠନର ନେତୃତ୍ଵ ନେଇଥିବା ବ୍ୟକ୍ତିବିଶେଷ ଅବା ବିପତ୍ତିବେଳେ ମହାନ କାର୍ଯ୍ୟ କରି ଓଡ଼ିଆଙ୍କ ତ୍ରାଣକର୍ତ୍ତା ସାଜିଥିବା ଅନେକ ବରପୁତ୍ରଙ୍କ କୀର୍ତ୍ତି ସଂପର୍କରେ ରାଜ୍ୟର ଯୁବପିଢୀଙ୍କୁ ଅବଗତ କରିବା ଉଦେଶ୍ୟରେ...

       Ad..


ଓଡିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ ସ୍ଥାନୀୟ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ତଥା ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। 

ଏଥିରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲେଖକ, କବି, ଶିକ୍ଷାବିତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ବରଗଡ ଜିଲ୍ଲା ତଥା ଓଡିଶାର ଅନନ୍ୟ ବରପୁତ୍ରଙ୍କ ଅବଦାନକୁ ସ୍ମରଣ ଥିଲେ। 

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଓଡିଶା ତଥା ବରଗଡ ଜିଲ୍ଲାର ବରପୁତ୍ରଙ୍କ ବିଷୟରେ ଅବଗତ କରି ତାଙ୍କ ଜୀବନୀକୁ ନିଜ ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ। 

ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ, ପ୍ରମୁଖ ଲେଖକ ଶ୍ରୀ ମାନରୋଞ୍ଜନ ମେହେର, ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ପ୍ରଦୀପ ହୋତା, ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷାୟତ୍ରୀ ସୁଶ୍ରୀ ଶାନ୍ତି ସୁନା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଓଡିଶାର ବିଶିଷ୍ଠ ବରପୁତ୍ର ମାନଙ୍କ ବିଷୟରେ ଅବଗତ କରିଥିଲେ । ମୁଖ୍ୟ ବକ୍ତା ତଥା ସ୍ଥାନୀୟ ଟି ଏଫ ମହାବିଦ୍ୟାଳୟ ଅଧ୍ୟାପକ ଡ଼ ଜଗଦୀଶ ମିଶ୍ର ବରଗଡ ଜିଲ୍ଲାର ପ୍ରମୁଖ ଲେଖକ ଏବଂ ସ୍ଵାଧୀନତା ସଂଗ୍ରାମୀଙ୍କ ଇତିହାସ ବିଷୟରେ ଅବଗତ କରିଥିଲେ।



Report:  Bijay ku sahu

Edited by k.s thakur...



Post a Comment

Previous Post Next Post