କଣ୍ଟାବାଞ୍ଜି ରେ ଆମ୍ବେଦକର ଜୟନ୍ତୀ ପାଇଁ ଜୋରଦାର ପ୍ରସ୍ତୁତି...
କଣ୍ଟାବାଞ୍ଜି,୧୨/୦୪ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଧୁମଧାମ ରେ ଆମ୍ବେଦକର ଜୟନ୍ତୀ ମହୋତ୍ସବ ପାଳନ କରିବାକୁ ଜୋରଦାର ପ୍ରସ୍ତୁତି ହୋଇଛି।
Ad..
ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟିର ସଭାପତି ଅନିଳ ବିଭାର ଙ୍କ ଆହ୍ବାନ କ୍ରମେ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସମ୍ପାଦକ ରୋହନ କୁମାର ମହତ ଙ୍କ ନେତୃତ୍ବ ରେ ଶୁକ୍ରବାର କଣ୍ଟାବାଞ୍ଜି ଆମ୍ବେଦକର ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି।
ଆସନ୍ତା ଏପ୍ରିଲ ୧୪ ତାରିଖ ସୋମବାର ଦିନ ଆଧୁନିକ ଭାରତର ନିର୍ମାତା ବାବାସାହେବ ଡାକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ କରାଯିବ। ଚଟୁଅନକା ଠାରୁ ଏକ ବିରାଟ ଶୋଭାଯାତ୍ରା ସକାଳ ୧୦ ଟା ସମୟରେ କଣ୍ଟାବାଞ୍ଜି ସହର ର ମୁଖ୍ଯ ମାର୍ଗ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରି ରେଲବାଇ ଖେଳପଡ଼ିଆ ଠାରେ ପହଞ୍ଚିବ।
ଏହି କାର୍ଯ୍ୟକ୍ରମ ରେ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଯୋଗ ଦେବା ସହ ପଶ୍ଚିମ ଓଡ଼ିଶାର ଅନେକ ସୁପରିଚିତ କଳାକାର ତାଙ୍କ କଳା ପ୍ରଦର୍ଶନ କରିବେ। ଏହି ପ୍ରସ୍ତୁତି ବୈଠକ ରେ ଉପଦେଷ୍ଟା ଗିରିରାଜ ସିଂ ମାଝୀ, ରମେଶ ଚନ୍ଦ୍ର ମାହାନନ୍ଦ, ରବିନ୍ଦ୍ର ରାଏ, ଦୈତାରୀ ଭୋଇ, ଉପ ସଭାପତି ତୁଳସିରାମ ଜଗତ, ଆଇନ ପରାମର୍ଶଦାତା ଜିତେନ୍ଦ୍ର ସୁନା, ସହ ପାର୍ଥିବ ମାହାନନ୍ଦ, ଦଷ୍ମନ ମାହାନନ୍ଦ, ମୋହନ ସୁନା, ମୋହନ ସୁନା, ରେସବ ମାହାନନ୍ଦ ସହ ଅନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ।
Edited by k.s thakur...
Tags:
dr.bhim rao ambedkar jayanti
kantabanji
latest news
latest update
odisha daily current affairs
preparation meeting


