ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ରେ ଆୟୁଷ୍ମାନ ଜନ ଆରୋଗ୍ୟ କାର୍ଡର ଶୁଭାରମ୍ଭ...
ବଙ୍ଗୋମୁଣ୍ଡା,୧୨/୦୪ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ୫ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି ।
Ad..
ବଙ୍ଗୋମୁଣ୍ଡା,ଚୁଲିଫୁଙ୍କା,ଜାମଖୁଣ୍ଟା,ଭାଲୁମୁଣ୍ଡା, ବେଳପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ବଙ୍ଗୋମୁଣ୍ଡା ରେ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଥିଲେ ।ବିଡ଼ିଓ ଶଙ୍କର୍ଷଣ ବେହେରା,ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ଙ୍କ ସହ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଜାମଖୁଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସରପଞ୍ଚ ଉଦ୍ଧବ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନ୍ଧେକେଲା ଜୋନ ଜିଲା ପରିଷଦ ସଦସ୍ୟ ଦାମ ସୁନା, ସମ୍ମାନିତ ଅତିଥି ନୋଡାଲ ଅଫିସର ଆସିଷ୍ଟାଣ୍ଡ କଲେକ୍ଟର ଟିଟିଲାଗଡ଼ ମଙ୍ଗଳ ସିଂ ଭୋଇ,ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜୟନ୍ତ ବାଗ,ଫାର୍ମାସିଷ୍ଟ ରଞ୍ଜିତ ସାହୁ,ଭୁର୍ଷାଗୁଡ଼ା ସରପଞ୍ଚ ପୁଷ୍ପାଞ୍ଜଳି ଛୁରା,ପିଏଚଇଓ ସୁନନ୍ଦା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।
ବିପିଏମ ସତ୍ୟପ୍ରିୟ ବେହେରା,ସହକାରୀ ଯନ୍ତ୍ରୀ ଅନନ୍ତ ପ୍ରସାଦ ବିଡିକା,ଅଙ୍ଗନବାଡି କର୍ମୀ,ଆଶା କର୍ମୀ ସହଯୋଗ କରିଥିଲେ । ସେହିପରି ବେଳପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଏବଂ ଦେଶର ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବେଳପଡ଼ା ସରପଞ୍ଚ ଖରତ ବାଗ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ସମ୍ମାନୀୟ ଅତିଥି ଭାବେ ବେଳପଡ଼ା ମେଡ଼ିକାଲ ଅଫିସର ଅମୀର ମେହେର, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ,ପବିତ୍ର ପୋଡ଼,ହରିଶ କେତକୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିଲେ।
ଆଜି ଓଡ଼ିଶା ରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କରକମଲରେ ବିତରଣର ଶୁଭ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏଥିରେ ବହୁ ସଂଖ୍ୟା ରେ ଜନସାଧାରଣ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।ଫାର୍ମାସିଷ୍ଟ ଗୋପୀନାଥ ମେହେର, ସ୍ୱାସ୍ଥ୍ୟକର୍ମୀ ସୁରେଖା ସୁନା, ଏମବିକେ ଅମ୍ବିକା ସେଲମା, କେଦାର ପୋଡ଼,ଗୌରାଙ୍ଗ ବାଗ,ଘାସିରାମ ଭୋଇ ପ୍ରମୁଖ ଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପଞ୍ଚାୟତ ବିଭାଗ ର କର୍ମଚାରୀ ଓ ଅଙ୍ଗନ ବାଡ଼ି କର୍ମୀ ଓ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ ।
ସେହିପରି ଚୁଲିଫୁଙ୍କା ପଞ୍ଚାୟତ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପରମାନନ୍ଦ ମହାନନ୍ଦ ଙ୍କ ସଭାପତିତ୍ୱ ରେ ସରପଞ୍ଚ ଯମୁନା ବେହେରା, ଅତିରିକ୍ତ ତହସିଲଦାର,ମେଡିକାଲ ଇଂନଚାର୍ଜ ବିଶ୍ବମ୍ବର ମେହେର,ଏପିଓ ଲକ୍ଷ୍ମଣ ବୁଡେକ, ସାମ୍ବାଦିକ ଦୀପକ କୁମାର ଦାସ ଯାଦବ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।
Edited by k.s thakur...


