ବିଭିନ୍ନ ସମସ୍ୟା କୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ତୁରେକେଲା ବ୍ଲକ ତରଫ ରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ...
କଣ୍ଟାବାଞ୍ଜି,୧୧/୦୪ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ତରଫ ରୁ ଜାରିକରି ଥିବା unified Automation System (UAS) ପାଇଁ ସରକାରଙ୍କ ଆଗୁଆ ଭିତ୍ତିଭୂମି ସୁଦୃଢ କରିନାହାନ୍ତି।
Ad..
ଓଡ଼ିଶା ର ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ପହଞ୍ଚି ପାରିନାହିଁ, ସମସ୍ତ ଶିକ୍ଷକଙ୍କ ପାଖରେ TABLET ନଥିବା, ଇଣ୍ଟର୍ନେଟ୍ ଡାଟା ପେକ୍ ଅର୍ଥ ରାଶି ପ୍ରଦାନ, ବ୍ୟକ୍ତିଗତ ଫୋନ ସରକାରୀ ତଦନ୍ତ ପରିସର ଭୁକ୍ତ ନ କରିବା ତା ସଙ୍ଗେ ସଙ୍ଗେ କେନ୍ଦ୍ରୀୟ ହାର ରେ ଦରମା କରିବା।
Unified Automation System (UAS) ର ବିଭିନ୍ନ ସମସ୍ୟା କୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ତୁରେକେଲା ବ୍ଲକ ତରଫ ରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପଢ଼ିଆରୀ, ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏବଂ ସଂଘ ର ସଭାପତି ଶ୍ରୀ ବ୍ରଜ ମୋହନ ମିଶ୍ର ଓ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ବାଗ UAS କୁ ବାତିଲ କରିବା ପାଇଁ ଅନୁରୋଧ କରିଛନ୍ତି।
Edited by k.s thakur...


