ଆୟୁଷ୍ମାନ ଜନ ଆରୋଗ୍ୟ କାର୍ଡର ଶୁଭାରମ୍ଭ...
ବଙ୍ଗୋମୁଣ୍ଡା,୧୧/୦୪ :- ବଙ୍ଗୋମୁଣ୍ଡା ବ୍ଳକର ୫ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି ।
Ad..
ବଙ୍ଗୋମୁଣ୍ଡା,ଚୁଲିଫୁଙ୍କା,ଜାମଖୁଣ୍ଟା,ଭାଲୁମୁଣ୍ଡା, ବେଳପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ବଙ୍ଗୋମୁଣ୍ଡା ରେ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଥିଲେ ।ବିଡ଼ିଓ ଶଙ୍କର୍ଷଣ ବେହେରା,ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ଙ୍କ ସହ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଜାମଖୁଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସରପଞ୍ଚ ଉଦ୍ଧବ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନ୍ଧେକେଲା ଜୋନ ଜିଲା ପରିଷଦ ସଦସ୍ୟ ଦାମ ସୁନା, ସମ୍ମାନିତ ଅତିଥି ନୋଡାଲ ଅଫିସର ଆସିଷ୍ଟାଣ୍ଡ କଲେକ୍ଟର ଟିଟିଲାଗଡ଼ ମଙ୍ଗଳ ସିଂ ଭୋଇ,ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜୟନ୍ତ ବାଗ,ଫାର୍ମାସିଷ୍ଟ ରଞ୍ଜିତ ସାହୁ,ଭୁର୍ଷାଗୁଡ଼ା ସରପଞ୍ଚ ପୁଷ୍ପାଞ୍ଜଳି ଛୁରା,ପିଏଚଇଓ ସୁନନ୍ଦା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।ବିପିଏମ ସତ୍ୟପ୍ରିୟ ବେହେରା,ସହକାରୀ ଯନ୍ତ୍ରୀ ଅନନ୍ତ ପ୍ରସାଦ ବିଡିକା,ଅଙ୍ଗନବାଡି କର୍ମୀ,ଆଶା କର୍ମୀ ସହଯୋଗ କରିଥିଲେ ।
Edited by k.s thakur...


