ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ...
ଅମ୍ବାଭୋନା,୧୧/୦୩ :- ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଅମ୍ବାଭୋନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ, ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଡୁଙ୍ଗୁରୀ କଲ୍ୟାଣ ମଣ୍ଡପ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୁଆଁ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଥିଲା।
Ad..
ପଞ୍ଚାୟତ ସମିତି ଅମ୍ବାଭୋନା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଲିତ ବାଗ, ବରଗଡ଼ ଲୋକସଭା ସାଂସଦ ପ୍ରତିନିଧି ଗୁନାରୁ ପଧାନ, ଅମ୍ବାଭୋନା ସରପଞ୍ଚ ପ୍ରତିନିଧି ଗଜେନ୍ଦ୍ର ଦାସ, ରୁଚିଦା ସରପଞ୍ଚ ପ୍ରତିନିଧି ସନ୍ୟାସୀ ଦେହେରୀ, ଅମ୍ବାଭୋନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡା ପ୍ରଶାନ୍ତ କୁମାର ଫଣ୍ଡା, ସ୍ବେଚ୍ଛାସେବୀ ଅଭୟ ପଣ୍ଡା ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବିତରଣ କରିଥିଲେ।
ଅମ୍ବାଭୋନା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଟିକେଶ୍ବର ପଟେଲ ସଂଯୋଜନା ଓ ପରିଚାଳନା କରିଥିଲେ।ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଶହ ଶହ ମିଶନ ଶକ୍ତି ଓ ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳାମାନେ ଯୋଗ ଦେଇଥିଲେ।
Report : Bijay ku sahu
Edited by k.s thakur...


