ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ...


(ଜିଲ୍ଲାରୁ ସର୍ବମୋଟ ୧୦ ଲକ୍ଷ୍ୟ ୩୧ ହଜାରରୁ ଊର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ)

ବରଗଡ,୧୧/୦୪ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରୁ ମାର୍କେଟ ଠାରେ ଅନୁଷ୍ଠିତ ହେଇଯାଇଛି।

Ad..


କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟର ସାଧାରଣ ଲୋକଙ୍କ ସେବା ପାଇଁ ଚେଷ୍ଟିତ। ଏହି ପ୍ରରିପ୍ରେକ୍ଷୀରେ ଆଜି ଲୋକଙ୍କ ସରକାର ଏହି  ଯୋଜନା  ମାଧ୍ୟମରେ ସ୍ଵାସ୍ଥ ସେବା କୁ ଆଉ ପାଦେ ଆଗକୁ ନେଇ ଲୋକଙ୍କୁ  ଉନ୍ନତ ମାନର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।

ପରିବାରର ସମସ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣାରେ ଇ-କେୟାଇସି କରିବ ଠାରୁ ଆରମ୍ଭ କରି  ଏହି ଏକକ କାର୍ଡ ସମସ୍ତଙ୍କ ଘରେ ନେଇ ଦିଆଯିବ। ତେଣୁ କେହି ବ୍ୟସ୍ତ ନ ହୋଇ  ସରକାରଙ୍କ ଉପରେ ଭରସା ରଖିବା । 

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ଵାଗତ କରିବା ସହ ସୂଚାର ରୂପେ ସମସ୍ତଙ୍କ ଘରେ କାର୍ଡ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ର ସହିତ କାର୍ଯ୍ୟ କରିବ କହିଥିଲେ।

ସମ୍ମାନିତ ଅତିଥିଭାବେ ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡ. ଜିତେନ୍ଦ୍ର ମୋହନ ବେବର୍ତ୍ତା, ଜିଲ୍ଲପାଳ ଶ୍ରୀ ଅଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇ, ପୌରାଧ୍ୟକ୍ଷା ଶ୍ରୀମତି କଳ୍ପନା ମାଝି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଶାନ୍ତ କିଶୋର ଦାସ ପ୍ରମୁଖ ଯୋଗ ଦେଇ କହିଥିଲେ, ଓଡ଼ିଶାର ଜନସାଧାରଣ ଙ୍କ ପାଇଁ ସମନ୍ଵିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ସମଗ୍ର ଓଡିଶା ରେ କାର୍ଯ୍ୟକାରୀ କରାଗଲା।

ଏହି ସମନ୍ଵିତ ଯୋଜନା ରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ । ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିସା ମିଳିବ। ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ।  

ନୂତନ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ସମସ୍ତ ଜି.ଯେ.ଏ.ୱାଇ ହିତାଧିକାରୀ ତାଲିକା ଭୁକ୍ତ ହସ୍ପିଟାଲ ଗୁଡିକରେ ନିଜର ଆଧାର କାର୍ଡ ଏବଂ ବର୍ତ୍ତମାନ ପାଖରେ ଉପଲବ୍ଧ ଥିବା ପୁରୁଣା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିସା ପାଇପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସମଗ୍ର ଦେଶରେ ୨୯୦୦୦  ହଜାର ତାଲିକାଭୁକ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ  ଚିକିସା ପାଇପାରିବେ।

ଉକ୍ତ ଘରୋଇ ହସ୍ପିଟାଲ ଗୁଡିକର ନାମ www.nha.gov.in କିମ୍ବା www.gjay.gov.in ରୁ ମିଳିପାରିବ ।  ଯେକୋଣସି ପ୍ରଶ୍ନପାଇଁ, ହିତାଧିକାରୀମାନଙ୍କୁ ଟୋଲ୍ଫ୍ରିନମ୍ବର ୧୦୪ ଏବଂ ୧୫୫୩୬୯ ରେ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଉଛି । 

ସୂଚନଯୋଗ୍ୟକି, ଆଜି ଜିଲ୍ଲାର ମୋଟ ୪୮ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ହଜାରେ ରୁ ଅଧିକ ଲୋକ ଯୋଗ ଦେଇ ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରତି ସଭା ସ୍ତଳରେ ୨୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କମ୍ବୋକିଟ୍ସ ଓ କାର୍ଡ ବଣ୍ଟନ କରାଯାଇଥିଲା । ଏହି କ୍ରମରେ ବରଗଡ ଜିଲ୍ଲାରୁ ସର୍ବମୋଟ ୧୦ ଲକ୍ଷ୍ୟ ୩୧ ହଜାରରୁ ଊର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ।   

ଉକ୍ତ କାର୍ଯ୍ୟକ୍ରମର ପରିସମାପ୍ତି ପରେ  ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିଙ୍କ କରକୋମଳରେ ଏକ ସ୍ୱାସ୍ଥ୍ୟ ସଚେତନା ରଥର ଶୁଭାରମ୍ଭ କରାଯାଇଛି । ଏହି ସଚେତନତା ରଥ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ପରିସରରେ କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସମ୍ବଳିତ ଅଡିଓ ବାର୍ତ୍ତା ଏବଂ ପ୍ରଚାର ପତ୍ର ବଣ୍ଟନ କରିବା ସହ ଲୋକଙ୍କୁ ସଚେତନ କରିବ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post