କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଟୁଇନିଂ ଅଫ ସ୍କୁଲ୍ ବା ସ୍କୁଲ୍ ସଂଯୋଗିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଟୁଇନିଂ ଅଫ ସ୍କୁଲ୍ ବା ସ୍କୁଲ୍ ସଂଯୋଗିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୧/୦୪ : କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଟୁଇନିଂ ଅଫ ସ୍କୁଲ୍ ବା ସ୍କୁଲ୍ ସଂଯୋଗିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ସ୍କୁଲ୍ ସଂଯୋଗ କାର୍ଯ୍ୟ କ୍ରମ ରେ କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ ସବିତା ମହାପାତ୍ର ଓ ଶିକ୍ଷକ ବିଶ୍ଵ ରଂଜନ ଦାସ ୫୦ ଜଣ ଅଷ୍ଟମ ଶ୍ରେଣୀ ର ଛାତ୍ର ଙ୍କୁ ନେଇ କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କୁ ପରିଭ୍ରମଣ   ପାଇଁ ଆସିଥିଲେ। 

        Ad..


ବାଳକ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଙ୍କ ଦ୍ଵାରା ଅତିଥି ନୋଡାଲ ସ୍କୁଲ୍ ଛାତ୍ର ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସାମୁହିକ ପ୍ରାଥନା ଗାନ ପରେ ଅତିଥି ଛାତ୍ର  ମାନେ ବିଦ୍ୟାଳୟ ର ସମସ୍ତ ଶ୍ରେଣୀ ଗୃହ କୁ ଯାଇ ଥିଲେ, ଲାଇବେରୀ କୋଠରୀ, କମ୍ପ୍ୟୁଟର କୋଠରୀ, ବିଜ୍ଞାନ କୋଠରୀ, ବଗିଚା , ଆତିଥ୍ୟ ସେବା ଓ ପର୍ଯ୍ୟଟନ କେଠାରି , ଏନ ସି ସି ଅଫିସ୍ ଘର ପରିଦର୍ଶନ କରିଥିଲେ। 

ଅଥିତି ପିଲାଙ୍କ ମଧ୍ୟରେ ରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁ ଥିଲେ ତୁରେକେଲା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପାଢ଼ୀ ,କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ , ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗ, ସହକାରୀ ଶିକ୍ଷକ ଛେଲିଆ ସାହୁ, ଦୂଲ୍ଲଭ ତାଣ୍ଡି,ମୂଜିବୁଲ୍ଲା ଖାଁ ପ୍ରମୁଖ ଅତିଥି ଛାତ୍ର ଛାତ୍ରୀ ଙ୍କୁ ଦିଗ ଦର୍ଶନ ଦେଇ ବିଦ୍ୟାଳୟ ସଂଯୋଗି କରଣ ଉଦ୍ଦେଶ ଜ୍ଞାପନ କରିଥିଲେ। 

ଅତିଥି ପିଲାଙ୍କ ମଧ୍ୟ ରେ କିଛି ପ୍ରତିଯୋଗିତା କରାଯାଇ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ଯ କ୍ରମ କୁ ସଫଳ କରିବା ରେ ଶିକ୍ଷକ ମୁକେଶ ଦାସ, ଚୁମ୍ବିଲ ଏହି ପ୍ରଧାନ , ପ୍ରାଣ ବନ୍ଧୁ ସାହୁ, କୃପା ସିନ୍ଧୁ ସା, ଅଭିନାଶ ମାଝୀ,  ଶିକ୍ଷୟିତ୍ରୀ ରିନା ମେହେର, ରୁବୀ ବାଗ, ତିଳୋତ୍ତମା ଓଝା, ବୃନ୍ଦାବତୀ ବାଗ, ଅନବେଶା ଅପୂର୍ବା ସାହୁ ସହଯୋଗ କରିଥିଲେ।



Edited by k.s thakur...

 


Post a Comment

Previous Post Next Post