ପଦ୍ମପୁର ଉପଖଣ୍ଡ ଏସ୍ ସି, ଏସ୍ ଟି ମିଳିତ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ...

ପଦ୍ମପୁର ଉପଖଣ୍ଡ ଏସ୍ ସି, ଏସ୍ ଟି ମିଳିତ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ...


(ଆସନ୍ତା ୧୪ ତାରିଖ ସୋମବାର ଦିନ  ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ )

ବରଗଡ଼,୧୨/୦୪ :  ଆସନ୍ତା ସୋମବାର ତା ୧୪. ୪. ୨୦୨୫ ଦିନ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପଦ୍ମପୁର ସହରର ରାଜାଜୀ ଟାଉନ୍ ହଲ୍ ଠାରୁ ଆମ୍ବେଦକର ଛକ (ଦୋରା ପେଟ୍ରୋଲ ପମ୍ପ) ସ୍ଥିତ ଡ.ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ବାହାରି...

Ad..


ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରାଯିବା ସହ ଗୋରୁ ବଜାର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୨ ଘଣ୍ଟା ରେ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହେବ। 

ଆୟୋଜିତ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଗୁଡିକୁ ପଦ୍ମପୁର ଉପଖଣ୍ଡ ଏସ୍ ସି ଓ ଏସ୍ ଟି ମିଲିତ ମଞ୍ଚ ତରଫରୁ ପାଳନ କରିବା ପାଇଁ  ଆଜି ପଦ୍ମପୁର ରାଜାଜୀ ଟାଉନ୍ ହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରାଯାଇଛି।

ଏହି ଶୋଭାଯାତ୍ରା ଓ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ କୁ ଉତ୍ସାହ ସହ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ମିଲିତ ମଞ୍ଚ ତରଫରୁ ଏସ୍ ସି ଓ ଏସ୍ ଟି ଭାଇଭଉଣୀ ଙ୍କ ସମେତ ସାଧାରଣ ଜନତାଙ୍କ ଯୋଗଦାନ ଦେବାପାଇଁ ମଧ୍ୟ ଅନୁରୋଧ କରାଯାଇଛି। 

ଆସନ୍ତା ତା୧୪.୪.୨୦୨୫ ସୋମବାର ସକାଳ ୯ ଘଣ୍ଟା ୩୦ ମି ସମୟରେ  ରାଜାଜୀ ଟାଉନ୍ ହଲ୍ ଠାରୁ ଶୋଭାଯାତ୍ରା ଆରମ୍ଭ ,୧୧ ଘଣ୍ଟା ୩୦ ମିନିଟ ସମୟରେ ଡ. ଭିମରାଓ ଆମ୍ବେଦକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ମାଲ୍ୟାର୍ପଣ ସମାରୋହ ,ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜନ୍ମ ଉତ୍ସବ ଜୟନ୍ତୀ ପାଳନ ଓ ସାଧାରଣ ସଭା ଓ ମଧ୍ୟାହ୍ନ ୧ ଘଣ୍ଟା ସମୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବା ପାଇଁ ମଞ୍ଚ ଘୋଷଣା କରିଛି। ଉପଖଣ୍ଡ ର ଜନସାଧାରଣ ଯୋଗଦାନ ଦେବାପାଇଁ ଅନୁରୋଧ କରାଯାଇଛି। 

ଆଜି ର ସାମ୍ବାଦିକ ସମ୍ମିଳନୀ ରେ ମଞ୍ଚ ର ସଭାପତି ଭୋଜରାଜ ବାଗ, ଉପ ସଭାପତି ନୀଳମଣି ବରିହା ସମ୍ପାଦକ ରଘୁନନ୍ଦନ ଦେଓ, ଉପଦେଷ୍ଟା କ୍ଷେତ୍ରୀ ଲୁହାର କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ସେଠ,ମୋତିଲାଲ ବାଗ, ଯୁବ ସାମ୍ବାଦିକ ଗୋପବନ୍ଧୁ ଶିକା ରମେଶ ନାୟକ, ଗୋବର୍ଦ୍ଧନ ଛତ୍ତର, ନବ ବରିହା, ଦେବରାଜ ସେଟ, ନରେଶ ଦାଶ, ଚନ୍ଦ୍ର ହାସ୍ୟ ଜାଲ, ଧବଲେଶ୍ଵର ମହାନନ୍ଦ, ପ୍ରଦୀପ ମହାନନ୍ଦ, ବିସାମ୍ବର ଭୋଇ  ଯୋଗଦାନ ଦେଇ ଆସନ୍ତା ୧୪ ତାରିଖ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମିଳିତ ମଞ୍ଚ ଘୋଷଣା କରିଛି।



Report : Bijay ku sahu

Edited by k.s thakur...





Post a Comment

Previous Post Next Post