କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଭାରତୀୟ ପର୍ଯ୍ୟଟନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ନାଗରିକ ମଞ୍ଚ...
ବରଗଡ଼,୨୩/୦୪ : କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାଣ ହରାଇ ଥିବା ୨୭ ଜଣ ଦିବଂଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ।
Ad..
ବରଗଡ଼ ସରକାରୀ ବସ ଷ୍ଟାଣ୍ଡ ରେ କ୍ୟାଣ୍ଡେଲ ଜଳାଇ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନାଗରିକ ମଞ୍ଚ ର ସଦସ୍ୟ ମାନେ। ଏପରି କାପୁରୁଷ ଓ ଭୀରୁ କାର୍ଯ୍ୟ କୁ ନିନ୍ଦା କରିବା ସହ ଭାରତ ସରକାର ଆତଙ୍କୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମସ୍ତେ ମତ ରଖି ଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଦସ୍ୟ ମାନଙ୍କ ମଧ୍ୟରେ ବିରେନ ପ୍ରଧାନ, ସଚ୍ଚି ପଣ୍ଡା,ସତ୍ୟ ମେହେର, ଶିବାନନ୍ଦ ମଟାରୀ,ଶୟନ ପଣ୍ଡା, ଟିଙ୍କୁ ନନ୍ଦ,ଅନିରୁଦ୍ଧ ନାୟକ,ପ୍ରଶାନ୍ତ କୁମାର ନାୟକ ,ପ୍ରମୋଦ ବେହେରା, ଲତିଫ ଖାନ, ମନୋହର ପ୍ରଧାନ, ସୁରଥ ସାହୁ,ଜିଭି ରାଓ,ସୁବାଷ ପ୍ରଧାନ, ସୁଧୀର ବରିହା, ଜୀବନ ଲାଲ ଚୌଧୁରୀ, ଲାଲା ଦୀପ, ସ୍ୱାଧୀନ ପାତ୍ର ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


