ରବି ଧାନ ସଂଗ୍ରହ ବୈଠକ କୁ କୃଷକ ସଂଗଠନ କୁ ମନା ପ୍ରତିବାଦରେ ଜନପ୍ରତିନିଧି ଙ୍କୁ ଜବାବ୍ ମାଗିଲେ କୃଷକ...
ବରଗଡ଼,୨୩/୦୪ : ଚଳିତ ରବି ଋତୁ ପାଇଁ ଆଜି ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ବେଳେ ସେଠାକୁ କୌଣସି ଚାଷୀ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏହାକୁ ନେଇ ଜୟ କିସାନ ଆନ୍ଦୋଳନ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
Ad..
ଜୟ କିସାନ ଆନ୍ଦୋଳନ ର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି କୁ କ୍ଷମତା ନାହିଁ - ମିଟିଂ କରୁଛ କଣ ପାଇଁ, ଡି ଏଲ୍ ପି ସି କୁ କ୍ଷମତା ସଂପନ୍ନ କର, କଟଣି ଛଟଣି ମୁକ୍ତ ଏବଂ ଦଲାଲ ମୁକ୍ତ ମଣ୍ଡି କର, ମଣ୍ଡି ମାନଙ୍କରେ ମିଲରମାନଙ୍କ ହସ୍ତକ୍ଷେପ ବନ୍ଦ କର ଆଦି ଶ୍ଳୋଗାନ ଦେଇ ପ୍ରତିବାଦ ଜଣାଇଛନ୍ତି।
ପୂର୍ବ ସରକାର ଯେପରି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି କୁ ଅକାମୀ କରିଦେଇ ଧାନ ବିକ୍ରି ବ୍ଯବସ୍ଥା କୁ ବିକେନ୍ଦ୍ରୀକରଣ କରି ସମସ୍ତ ନିଷ୍ପତ୍ତି ଭୂବନେଶ୍ବରରେ ରେ ନିଆଯାଇଥିଲା ବର୍ତ୍ତମାନ ର ସରକାର ମଧ୍ୟ ସେହି ନୀତି ଅନୁସରଣ କରୁଛନ୍ତି। ଫଳରେ ଧାନ ବିକ୍ରି ବ୍ଯବସ୍ଥା ରେ କୌଣସି ଫରକ ଦେଖାଯାଉ ନାହିଁ। ବରଂ ଆହୁରି ବ୍ଯାପକ ମାତ୍ରାରେ କଟଣି ଛଟଣି ଓ ଦଲାଲ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି।
ଏଥିସହିତ ଗ୍ରେନ୍ ଏନାଲାଇଜର୍ ମେସିନ ଚାଷୀମାନଙ୍କ ମୁଣ୍ଡବ୍ୟଥା ର କାରଣ ସାଜିଛି ଏବଂ ଶୋଷଣ କରିବା ପାଇଁ ସହାୟକ ହୋଇଛି। ଏହି ସବୁ ସମସ୍ୟା ଉପରେ ଜନପ୍ରତିନିଧି ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବୈଠକରେ ଆଲୋଚନା ହେବା କଥା କିନ୍ତୁ ଦୁର୍ଭାଗ୍ୟ ର ବିଷଯ ଯେ ଜିଲ୍ଲାପାଳ ଙ୍କୁ କୌଣସି କ୍ଷମତା ନ ଦେଇ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ର ବୈଠକ ଚାଲିଛି।
ଯଦି ଆନ୍ତରିକତା ଅଛି ତାହେଲେ ବରଗଡ଼ ଜିଲ୍ଲା ର ପ୍ରତିନିଧିମାନେ ଏହି ସବୁସମସ୍ୟା ବିଧାନସଭା ରେ ଉତ୍ଥାପନ କରନ୍ତୁ ଏବଂ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜୟ କିସାନ ଆନ୍ଦୋଳନ ତରଫରୁ ଆହ୍ୱାନ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ , ଚଞ୍ଚଳ ପ୍ରଧାନ, ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ, ବରଗଡ଼ ବ୍ଲକ ସଭାପତି ସରୋଜ ପଧାନ, ସଂପାଦକ ସଦାନନ୍ଦ ସାହୁ, ଅରୁଣ ପ୍ରଧାନ, କୁନା ବେହେରା ଆଦି ନେତା ଓ କର୍ମୀ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


