ଜମ୍ମକାଶ୍ମୀର ପହଲାଗାମରେ ଆତଙ୍କିଙ୍କ ଦ୍ଵାରା କରାଯାଇଥିବା ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ...
କଣ୍ଟାବାଞ୍ଜି,୨୪/୦୪ : ଜାମ୍ମୁକଶ୍ମୀର ପହଲାଗାମରେ ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କ ବର୍ବର ହତ୍ୟାକାଣ୍ଡକୁ ନେଇ ସାରା ଭାରତ ବର୍ଷରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କଣ୍ଟାବାଞ୍ଜିରେ ମଧ୍ୟ ବିଭିନ୍ନ ସଙ୍ଗଠନ ଓ କମିଟି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।
Ad..
କଣ୍ଟାବାଞ୍ଜି ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଶ୍ରୀରାମମନ୍ଦିର ସମ୍ମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରା ସ୍ଥାନୀୟ ଇନ୍ଦ୍ରିରା ଛକ, ଶାସ୍ତ୍ରୀ ଛକ ଓ ସହରର ମୁଖ୍ୟ ମାର୍ଗ ଦେଇ ପୁଣି ମନ୍ଦିରକୁ ଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ କମିଟି ର କର୍ମକର୍ତ୍ତା ମାନେ ସମବେଦନା ଜଣାଇଥିଲେ।
ପରେ ଇସ୍ଲାମିକ ଆତଙ୍କୀବାଦୀ ମାନଙ୍କ ଏହି ରାଜ ଚାଲିବ ନାହିଁ ବୋଲି ନାରା ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ଵହିନ୍ଦୁ ପରିଷଦ ସମେତ ଅନ୍ୟ ଯୁବ ଗୋଷ୍ଠୀ ସାମିଲ ଥିଲେ। ଏହି ଶୋଭାଯାତ୍ରାରେ ନିଶିକାନ୍ତ ମହାପାତ୍ର, ବିବେକ ଶର୍ମା, ବିକାଶ ମେହେର,ତିରଥ ସିଂ ଠାକୁର, ଜଗନ୍ନାଥ ନାଗ,ବେଦ ବ୍ୟାସ ନାଗ,ସୁମିତ ଶର୍ମା, ଦେବରାଜ ଯାଦବ,ଯୁଗଳ କିଶୋର ଖଣ୍ଡେଲୱାଲ, ମାଙ୍ଗେରାମ ଅଗ୍ରୱାଲ,ପ୍ରଦୀପ ବାଗ, ଘାସିରାମ ଜୈନ,ଛୋଟୁ ବେହେରା, ସୁରେଶ ମିଶ୍ର, ଇକୁ ବେହେରାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।
Edited by k.s thakur...
Tags:
kantabanji
latest news
latest update
odisha daily current affairs
pahalgam terrorists attack
pratibad


