ମାତା କିରଣଦେବୀଙ୍କ ସ୍ମୃତି ରେ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ପାଣି ବ୍ୟବସ୍ଥା...

ମାତା କିରଣଦେବୀଙ୍କ ସ୍ମୃତି ରେ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ପାଣି ବ୍ୟବସ୍ଥା...


ବରଗଡ଼,୨୬/୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିଳ୍ପପତି ତଥା ସମାଜ ର ସାଧାରଣ ଓ ଅସହାୟକ ଙ୍କ  ପାଇଁ ପର୍ଦାପଛରେ ରହି ସେବାକରି ଆସୁଥିବା ସ୍ବର୍ଗତ ରୋଶନଲାଲ ଅଗ୍ରୱାଲ ଙ୍କ ପୁତ୍ର ସୁରେଶ କୁମାର  ଅଗ୍ରୱାଲ ତାଙ୍କ ମାତା ସ୍ବର୍ଗତ କୀରଣ ଦେବୀଙ୍କ ସ୍ମୃତି ରେ ସହରର ବିଭିନ୍ନ ସ୍ଥାନରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରିବା ସହ...

Ad..


କଲେଜ ରୋଡ କାଳି ମନ୍ଦିର ଠାରେ, ବରଗଡ଼ ରାସ୍ତା ଗ୍ରାଫିକ୍ସ ନିକଟରେ ଓ ରାମଜୀ ମନ୍ଦିର ନିକଟରେ ଲୋକଙ୍କ ପାଇଁ ଥଣ୍ଡା ପାନୀୟଜଳ ବ୍ୟବସ୍ଥା କରିଛନ୍ତି। ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଗୁରୁତର ରହିଥିବା ବେଳେ ଲୋକେ ଙ୍କୁ ପିଇବା ପାଣି ଯୋଗାଇ  ଅନନ୍ୟ ଉଦାହରଣ ସୃଷ୍ଟି କରିିଛନ୍ତି। 

କେବଳ ଯେ  ଜଳ କିମ୍ବା ଥଣ୍ଡା ପାନୀୟଜଳ ର ସେବା କଥା ନୁହେଁ ସମାଜର ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାରର ସହଯୋଗ, ଗୋସେବା ପାଇଁ ବୁଲାଗାଇ ଗୋରୁ ମାନଙ୍କୁ ପ୍ରତିଦିନ ନିଜ ଘରେ ଦାନା ଓ ପାଣି ଦେବା ,ବିଭିନ୍ନ ଦେବାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ସହଯୋଗ ଯୋଗାଇ ଦେଇ ନିଜ ପୂର୍ବ ପୁରୁଷମାନଙ୍କର ସ୍ମୃତି କୁ ବଜାୟ ରଖିପାରିଛନ୍ତି । ପଦ୍ମପୁର ସହରର ଏ ପ୍ରତିଭା ସୁରେଶ ଜୀ ଙ୍କୁ ପଦ୍ମପୁର ଶ୍ରୀରାମ ଜୀ ମନ୍ଦିର ପରିଚାଳନା କମିଟି ସମେତ ବିଭିନ୍ନ ଅନୁଷ୍ଠାନ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post