କଟକରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାଦେଶିକ ସାଧାରଣ ସଭା...

କଟକରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାଦେଶିକ ସାଧାରଣ ସଭା...


କଟକ,୨୬/୦୪ : ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, କଟକଠାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସାଧାରଣ ସଭା ବିଦ୍ୟା ଭାରତୀ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କ କରକମଳେ ଉଦ୍ଘାଟିତ ହୋଇଯାଇଛି। 

Ad..


ଉଦ୍ଘାଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ସହ ମନ୍ତ୍ରୀ ଗାୟତ୍ରୀ ବାହିନୀ ପତି, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ ଡଃ ସରୋଜ କୁମାର ହାତୀ, ସହ ସଂପାଦକ ଉମେଶ ଚନ୍ଦ୍ର ଦାଶ, ସଂଗଠନ ମନ୍ତ୍ରୀ ତାରକଦାସ ସରକାର ଆଦି ମଞ୍ଚାସୀନ ହୋଇ ସଭାକୁ ମହିମାନ୍ବିତ କରିଥିଲେ। 

ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ଦିବଂଗତ ମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସମ୍ପାଦକ ଡଃ ସରୋଜ କୁମାର ହାତୀ ଅତିଥି ଅଧିକାରୀଙ୍କ ପରିଚୟ କରିବା ସହିତ ପୂର୍ବ ସାଧାରଣ ସଭାର ବିବରଣୀ ତଥା ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀମାନ ତାରକଦାସ ସରକାର ସାଧାରଣ ସଭାର ପ୍ରସ୍ତାବନା ରଖିଥିଲେ।

ବିଦ୍ୟା ଭାରତୀ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଉପସ୍ଥିତ ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ ବୋଧନରେ ପଞ୍ଚକୋଷାତ୍ମକ ବିକାଶ, ଆଧାରଭୂତ ବିଷୟ, ପଞ୍ଚପଦୀ ଅଧିଗମ ଶିକ୍ଷା ବ୍ୟବସ୍ଥା‌ ତଥା ଭାରତୀୟତା ଆଧାରିତ ଶିକ୍ଷା, ଭାରତ କୈନ୍ଦ୍ରିକ ଶିକ୍ଷା ଆଦି ବିଷୟ ଭାରତରେ ଏକ ପରିବର୍ତ୍ତନ ଆଣିବା ଆମର ପରମ କର୍ତ୍ତବ୍ୟ ଓ ଦାୟିତ୍ଵ ହେଉ ଏ ପ୍ରକାର ଆହ୍ବାନ ଦେଇଥିଲେ। 

ଉକ୍ତ ବୈଠକରେ ପଞ୍ଚ ପରିବର୍ତ୍ତନ, ପୂର୍ବଛାତ୍ର ସଶକ୍ତୀକରଣ, ବିଦ୍ୟାଳୟ ଛାତ୍ର ସଂଖ୍ୟା ବୃଦ୍ଧି, ଗୁଣାତ୍ମକ ଶିଶୁ ବାଟିକା, କୌଶଳ ବିକାଶ, ମାତୃ ଭାରତୀ ଶକ୍ତି ଜାଗରଣ, ରାଷ୍ଟ୍ରୀୟ ଶିକ୍ଷାନୀତି, ପୋଷକ ଗ୍ରାମ ଅଭିଯାନ, ବିଦ୍ୟା ଭାରତୀ ବିକାଶ ଯାତ୍ରା, ପ୍ରାଦେଶିକ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ ଏବ ପ୍ରତି ବ୍ଲକ୍ କାର୍ଯ୍ୟକ୍ଷମ କରିବା ଆଦି ବିଷୟରେ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଉଦ୍ଘାଟନ କାର୍ଯ୍ୟକ୍ରମ ଅବସରରେ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ତତ୍ ସହ ବାର୍ଷିକ ଯୋଜନା ପୁସ୍ତକ ଓ ବୋଧମାଳା ଭାଗ ୧ ଓ ୨ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ଏଥିରେ  ଓଡ଼ିଶାର ସମସ୍ତ ସଂକୁଳ କେନ୍ଦ୍ରର ସଂଯୋଜକ,ସଙ୍କୁଳ ପ୍ରମୁଖ, ଜିଲ୍ଲା ପ୍ରମୁଖ,ସହ ଜିଲ୍ଲା ପ୍ରମୁଖ, ସମ୍ଭାଗ ସମିତି କାର୍ଯ୍ୟକର୍ତ୍ତା, ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଓ ପ୍ରାନ୍ତ ଅଧିକାରୀ ଉପସ୍ଥିତ ଥିଲେ। 




Edited by k.s thakur...





Post a Comment

Previous Post Next Post