ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼/ପାଇକମାଲ,୧୫/୦୪ : ବରଗଡ ଜିଲ୍ଲା ପ ନୃସିଂହନାଥ ପୀଠ ର ସଭାଗୃହ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ , ଦେବାଶିଷ ସିଂହ୍ନା ଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋସବ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।Ad..
ଆସନ୍ତା ତା:୦୭.୦୫.୨୫ ରୁ ତା. ୧୨.୦୫.୨୦୨୫ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ବୈଶାଖ ମେଳା ମହାସମାରୋହ ରେ ପାଳନ କରିବା ନିମନ୍ତେ ଆଜିର ପ୍ରସ୍ତୁତି ବୈଠକ ରେ ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା,ବିଧାୟିକା ବର୍ଷା ସିଂ ବରିହା ,ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ,ବ୍ଲକ ଚେୟାରମ୍ୟାନ ଭାବନା ସିଂ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ।
ଲକ୍ଷ ଲକ୍ଷ ଲୋକଙ୍କ ସମାଗମ କୁ ଦୃଷ୍ଟି ରେ ରଖି ପ୍ରବଳ ଖରା ସମୟରେ ପାନୀୟ ଜଳ ସୁବିଧା,ସ୍ୱଚ୍ଛତା,ମେଡିକାଲ ସେବା, ବିଦ୍ୟୁତ ସେବା, ଟ୍ରାଫିକ ବ୍ୟବସ୍ଥା, ପୋଲିସ ସହାୟତା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଯାତ୍ରା ଙ୍କ ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା।
ଏହି ଅବସରରେ ପରିଚାଳନା କମିଟି ଗଠନ ହୋଇଥିଲା। ଏହି ବୈଠକ ଉପଖଣ୍ଡ ସୂଚନା ଲୋକ ସମ୍ପକ ଅଧିକାରୀ ପଦ୍ମପୁର, ଶ୍ରୀ ମହେନ୍ଦ୍ର ସାହୁ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଝାରବନ୍ଧ, ପାଇକମାଳ, ପଦ୍ମପୁର ର ବୁଦ୍ଧିଜୀବୀ ସଚେତନ ନାଗରିକ, ରାଜନୈତିକ ବ୍ୟକ୍ତି ଉପସ୍ଥିତ ରହି ବୈଶାଖ ମେଳା କୁ ସରସ ସୁନ୍ଦର ଓ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଆଲୋଚନା କରିଥିଲେ।
ଆସନ୍ତା ଦିନରେ ବିଭିନ୍ନ କମିଟି କୁ ବୈଠକ ମାନ ଅନୁଷ୍ଠିତ ହେବାପାଇଁ ସଭାପତି ଘୋଷଣା କରିଥିଲେ । ବୈଠକ ଶେଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


