ଶୁଖା ଧାନ ଖେଡ଼ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଚାଷୀ...

ଶୁଖା ଧାନ ଖେଡ଼ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଚାଷୀ...


ବରଗଡ଼,୧୫/୦୪ : ଶୁଖା ଧାନ ଖେଡ଼ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଚାଷୀ।ଏନେଇ ମଙ୍ଗଳବାର ସମୟରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

Ad..


ସୂଚନା ଅନୁସାରେ ଚଳିତ ରବିଋତୁ ରେ ଧାନ ଫସଲ ଭଲ ହୋଇଥିବା ବେଳେ ବିଭିନ୍ନ ବ୍ଲକର ଅନେକ ଗ୍ରାମରେ ଧାନ ଚାଷ ରେ ରୋଗ ପୋକ ଏବଂ ବିଭିନ୍ନ କାରଣରୁ ଶୁଖା ଧାନ ଖେଡ ବାହାରଛି। 

କେତେକ ଜମିରେ ଗଣ୍ଠିପୋକ ଲାଗିଥିବା ବେଳେ କେତେକ ଜମିରେ ଜଳବାୟୁ କାରଣ ରୁ ହୋଇଥିବା ଜଣାପଡୁଛି। ଚାଷୀ ଔଷଧ ଦେଲେ ମଧ୍ୟ ନିୟନ୍ତ୍ରଣ ହେଇପାରୁନାହିଁ ବିଭାଗୀୟ ଅଧିକାରୀ ମାନେ ଠିକ ପରାମର୍ଶ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । 

ଏଣୁ ଯେଉଁ ମାନଙ୍କର 33% ରୁ ଅଧ‌ିକ ଫସଲ ଧାନ ନଷ୍ଟ ହୋଇଅଛି ସେମାନଙ୍କୁ ସବସିଟି କ୍ଷିତିପୂରଣ ଏବଂ ଫସଲ ବୀମା ଦେବା ପାଇଁ ଅନୁରୋଧ କରାଯାଇଛି।



Report : Bijay ku sahu

Edited by k.s thakur...




Post a Comment

Previous Post Next Post