ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମ ଙ୍କ ଜନ୍ମୋତ୍ସବ ଅବସରରେ ଭବ୍ୟ ଶୋଭାଯାତ୍ରା...

ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମ ଙ୍କ ଜନ୍ମୋତ୍ସବ  ଅବସରରେ ଭବ୍ୟ ଶୋଭାଯାତ୍ରା...


ବରଗଡ଼,୩୦/୦୪ : ଆଜି ପର୍ଶୁରାମ ଜନ୍ମୋତ୍ସବ । ପର୍ଶୁରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଦଶଟି ପ୍ରମୁଖ ଅବତାର ମଧ୍ୟରୁ ଷଷ୍ଠ ଅବତାର। ପର୍ଶୁରାମ ଋଷି ଜମଦଗ୍ନି ଏବଂ ମାତା ରେଣୁକାଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ। ପର୍ଶୁରାମଙ୍କର ମା ଜଣେ ଚନ୍ଦ୍ରବଂଶୀ କ୍ଷତ୍ରିୟ ଝିଅ ଏବଂ ତାଙ୍କ ପିତା ଜଣେ ବ୍ରାହ୍ମଣ ଥିଲେ। 

            Ad..


ତେଣୁ ପର୍ଶୁରାମଙ୍କର ବ୍ୟକ୍ତିତ୍ୱରେ ଉଭୟ ବ୍ରାହ୍ମଣ ଏବଂ କ୍ଷତ୍ରିୟ ଗୁଣ ଅନ୍ତର୍ଭୁକ୍ତ ଥିଲା। ପର୍ଶୁରାମ ୭ ଅମରଙ୍କ ମଧ୍ୟରୁ ଜଣେ। ଭଗବାନ ହନୁମାନ, ବିଭୀଷଣ, ମହର୍ଷି ବ୍ୟାସଦେବ, କୃପାଚାର୍ଯ୍ୟ, ଅଶ୍ଵତ୍ଥାମା, ପରଶୁରାମ ଏବଂ ରାଜା ବଳି ଏହି ସାତଜଣ ଅମର ଅଟନ୍ତି, ଯେଉଁମାନେ ସବୁ ଯୁଗରେ ଅମର ଅଟନ୍ତି। 

         Ad..


ଆଜି ପ୍ରଭୁ ପର୍ଶୁରାମ ଙ୍କ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ବ୍ରାହ୍ମଣ ମହାସଭା ଓ ଜିଲ୍ଲା ପର୍ଶୁରାମ ବାହିନୀ ର ମିଳିତ ଆନୁକୁଲ୍ୟରେ ପ୍ରଭୁ ପର୍ଶୁରାମ ଙ୍କ ଏକ ଭବ୍ୟ ଶୋଭାଯାତ୍ରା ସ୍ଥାନୀୟ ମା ଶ୍ୟାମା କାଳୀ ମନ୍ଦିର ରୁ ବାହାରି ଥାନା ଛକ, ଗୌର ପଡ଼ା ଛକ , ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଛକ, କଚେରି ଛକ,  ଏସପି ଅଫିସ ଛକ, ମିନି ଷ୍ଟାଡିୟମ ଦେଇ ପୁଣି ମା ଶ୍ୟାମା କାଳୀ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲା। 

ଏହି ଶୋଭାଯାତ୍ରା ରେ ଉଜ୍ଜୟନ୍ ମହକାଲ ପୀଠ ରୁ ଆସିଥିବା ଅଘୋରି ନୃତ୍ୟ ବରଗଡ଼ ସହର ବାସୀ ଙ୍କ ମନ ମୋହିନେଇଥିଲା । ସେହିପରି ପୁରୀ ର ଓଡ଼ିଶୀ ନୃତ୍ୟ, ଗୁଜୁରାଟ ର ଦାଣ୍ଡିଆ ନୃତ୍ୟ, ରେମତା ର ଘଣ୍ଟ ବାଦ୍ୟ, ଅଇଁଳାସରି ର ସମ୍ପ୍ରଦା, ଦଂଡା ନୃତ୍ୟ, ଡିଯେ ବାଦ୍ୟ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲା। 

ଏହି ଶୋଭାଯାତ୍ରା ରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଙ୍କ ସମେତ ଜିଲ୍ଲା ବ୍ରାହ୍ମଣ ମହାସଭା, ପର୍ଶୁରାମ ବାହିନୀ, ଦୁର୍ଗା ବାହିନୀ, ଜିଲ୍ଲା କର୍ମକାଣ୍ଡି ବ୍ରାହ୍ମଣ ସଭା, ଆଦିତ୍ୟ ବାହିନୀ ର ସହସ୍ରାଧିକ ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତା ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। 

ଆଜି ସକାଳେ  ମା ଶ୍ୟାମା କାଳୀ ମନ୍ଦିର ମଣ୍ଡପ ରେ ପ୍ରଭୁ ପର୍ଶୁରାମ ଙ୍କ ଜନ୍ମୋତ୍ସବ ପାଳନ ଅବସରରେ ପୂଜା କର୍ମ, ହୋମ କାର୍ଯ୍ୟ ସହ ପ୍ରଭୁ ପର୍ଶୁରାମ ଙ୍କ ବେଶ ରେ ପଣ୍ଡିତ ନରେଶ ମିଶ୍ର ଙ୍କୁ ବରଣ କରାଯିବା ସହ ପୂର୍ଣ୍ଣାହୁତି ସହ ପୂଜା ସମ୍ପନ୍ନ ହୋଇଥିଲା । ପରେ ସାମୁହିକ ପ୍ରସାଦ ସେବନ ର ଆୟୋଜନ ହୋଇଥିଲା । 

ସେହିପରି ସନ୍ଧ୍ୟା ଘ ୬.୪୫ ମି ଠାରେ ମା ଶ୍ୟାମା କାଳୀ ମନ୍ଦିର ରେ ମା କାଳୀ ଙ୍କ ପୂଜାର୍ଚ୍ଚନା ଓ ଶତ ଆରତୀ ପରେ ଏହି ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା ରେ ବାହାରିଥିଲା । ଶୋଭାଯାତ୍ରା ସମୟରେ ବେଶ କିଛି ସମୟ ବର୍ଷା ହେବା ଯୋଗୁଁ ଶୋଭାଯାତ୍ରା କିଛି ସମୟ ସ୍ଥଗିତ ରହିଥିଲା । କିନ୍ତୁ ବର୍ଷା ପରେ ପୁଣି ଆରମ୍ଭ ହୋଇ ମନ୍ଦିର କୁ ଫେରିଥଲା। ମଣ୍ଡପ ଠାରେ ବ୍ରାହ୍ମଣ ପରିବାର ଙ୍କ ମଧ୍ୟରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post