ବରଗଡ଼ ଜିଲ୍ଲା ବ୍ଯାପୀ କାଳବୈଶାଖୀ ର ପ୍ରଭାବ , ଝଡ ସହ ବର୍ଷା...

ବରଗଡ଼ ଜିଲ୍ଲା ବ୍ଯାପୀ କାଳବୈଶାଖୀ ର ପ୍ରଭାବ , ଝଡ ସହ ବର୍ଷା...


ବରଗଡ଼,୩୦/୦୪ : ବରଗଡ଼ ଜିଲ୍ଲା ରେ ତିନି ଦିନ ଧରି କାଳବୈଶାଖୀର ପ୍ରଭାବ। ବରଗଡ଼ ଜିଲ୍ଲା ର ବରଗଡ଼, ପାଇକମାଳ, ଭଟଲି, ଝାରବନ୍ଧ, ପଦ୍ମପୁର, ଗାଇସିଲେଟ ପ୍ରଭୃତି  ଅଞ୍ଚଳରେ ପବନ ସହ କେତେକ ସ୍ଥାନରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଜାଗାରେ ରାସ୍ତା ଉପରେ ଗଛ ପଡି ଯାତାୟାତ ଠପ୍ ହୋଇଛି।

Ad..


ପାଇକମାଳ ଅଂଚଳ ର ଜଙ୍ଗଲ ଅଂଚଳରେ କେତକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ବେଳେ ବରଡୋକ ଦେଓଗାଁ ରାସ୍ତାରେ ଗଛ ପଡିରହିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ଠପ ରହିଥିଲା ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ରାସ୍ତା ରେ ଯିବା ଆସିବା ସ୍ୱାଭାବିକ ହୋଇଥିଲା। 

         Ad..


ଭଟଲି ଅଂଚଳ ରେ ଗତ ତିନିଦିନ ଭିତରେ ଝଡ ତୋଫାନ ସହ ବର୍ଷା ଯୋଗୁଁ ଚାଷୀ ଙ୍କ ଚାଷ କ୍ଷତି ହୋଇଛି। ବରଗଡ଼ ସହରରେ ମଧ୍ୟ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପ୍ରଭାବିତ ହୋଇଥିବା ବେଳେ ଝିଣଛପର ରାସ୍ତା ଉପରେ ପଡ଼ିଛି। ସହରରେ ବର୍ଷା ଓ ପବନ ଯୋଗୁଁ ଖ୍ଯୟଖ୍ଯତ ମଧ୍ୟ ହୋଇଛି। 

ପ୍ରବଳ ଖରାକୁ ଗୁରୁତ୍ବ ଦେଇ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଛାଇ ବ୍ୟବସ୍ଥା କରାଯାଇଥିବା ବେଳେ ତାହା ମଧ୍ୟ ଭାଙ୍ଗିଯାଇଛି। ଜିଲ୍ଲା ବ୍ଯାପୀ ବିଦ୍ୟୁତ ସମସ୍ୟା ଦେଖାଦେଇ ଗ୍ରାମାଞ୍ଚଳ ର ଗୁଡ଼ିକରେ ଅନ୍ଧାର ରହିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ଧରି ବରଗଡ଼ ଓ ପଦ୍ମପୁର ସହର ଅନ୍ଧକାର ରହିଥିଲା। ବରଗଡ଼ ସହରର ଗାନ୍ଧୀ ଛକ ଟ୍ରାଫିକ ସିଙ୍ଗନାଲ ଠାରେ ଥିବା ଛାଉଣୀ ମଧ୍ୟ ଭାଙ୍ଗିଯାଇ ତଳେ ପଡ଼ିଯାଇଛି।


Report : Bijay ku sahu

Edited by k.s thakur...



Post a Comment

Previous Post Next Post