ନୃସିଂହନାଥ ବୈଶାଖ ମେଳା ରେ ଅନୁଷ୍ଠିତ ହେବ ମୂଷିକଦତ୍ୟ ଦରବାର...
ବରଗଡ଼,୩୦/୦୪ : ନୃସିଂହନାଥ ବୈଶାଖ ମେଳା ରେ ଏଥର ମାର୍ଜାରକେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ବା ବୈଶାଖ ମେଳା ରେ ଠାକୁର ଙ୍କ ଜନ୍ମ ବୃତ୍ତାନ୍ତ ର ଲୋକକଥା କୁ ନେଇ ମଞ୍ଚସ୍ଥ ହେବ ମୁଷିକ ଦୈତ୍ୟ ଦରବାର। ଏଥିପାଇଁ ବରଣ ହେଲେ ମୂଷିକଦତ୍ୟ।
Ad..
ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶରେ ଥିବା ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଜନ୍ମ ମହୋତ୍ସବ ବା ବୈଶାଖ ମେଳାରେ ଆରମ୍ଭ କରାଯିବ ମୂଷିକଦତ୍ୟ ଦରବାର।
Ad..
ନୃସିଂହନାଥ ପୀଠ ର ପୌରାଣିକ କିମ୍ବଦନ୍ତୀ ଓ ଲୋକ କଥା ଅନୁସାରେ ମହାସୁର ହିରଣ୍ୟ କଷ୍ୟୁପ ପୁତ୍ର ମୂଷିକଦତ୍ୟ ଜନ୍ମ ହେଲା ମାତ୍ରେ ତାର ମାଁ କୁ ମାରିଥିଲା ଏହା ଦେବଗଣ ମଧ୍ୟ ଅତିଷ୍ଠ ହୋଇଥିଲେ।ଯା ଦ୍ଵାରା ଭଗବାନ ନୃସିଂହ ଠାକୁର ମୂଷିକଦତ୍ୟ କୁ ମାରିବା ପାଇଁ ମାର୍ଯାର କେଶରୀ ରୂପରେ ଜଗି ବସିଛନ୍ତି ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ରୂପରେ।
ଏହାକୁ ଏବର୍ଷ ପୁଣି ଏକାଙ୍କିକା ମାଧ୍ୟମରେ ଏହାକୁ ପରିବେଷଣ କରାଯିବା ପାଇଁ ବୈଶାଖ ମେଳା ପରିଚାଳନା କମିଟି ନିଷ୍ପତ୍ତି ନେଇ କରାଯିବ ମୂଷିକଦତ୍ୟ ଦରବାର।
ଆଜି ଏଥିପାଇଁ ମୂଷିକଦତ୍ୟ ରୂପେ କଳାକାର ଗୋପବନ୍ଧୁ ସାହୁ ଙ୍କୁ ବିଧି ଅନୁସାରେ ବରଣ କରାଯାଇଛି। ଏହି ସମୟେ ରେସୁବୋଧ ପଣ୍ଡା,ଚିତ୍ତରଞ୍ଜନ ସରାଫ,ଦେବେନ୍ଦ୍ର ସାହୁ,କୁନୁ ତ୍ରିପାଠୀ,ସୁରେନ୍ଦ୍ର ସାହୁ,ଲଳିତ ଜଗତ, ଟାଇଲ ଭୋଇ ଉପସ୍ଥିତ ଥିଲେ। ଆସନ୍ତା ମେ ୭ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଘୋଷଣା ହୋଇଛି।
Report : Bijay ku sahu
Edited by k.s thakur...
Tags:
baisakh mela
Bargarh
latest news
latest update
nrusinghnath temple
odisha daily current affairs



