ଆସନ୍ତା ନୃସିଂହନାଥ ବୈଶାଖ ମେଳା ରେ ପାନୀୟଜଳ ସମସ୍ୟା ପାଇଁ ଜନ ଅସନ୍ତୋଷ : ପ୍ରତିବର୍ଷ ଭଲି ଏଥର ମଧ୍ୟ ପାଣି ସମସ୍ୟା ନ ହେଉ !...
ବରଗଡ଼,୨୦/୦୪ : ଆସନ୍ତା ମେ ୭ ରୁ ୧୨ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ବରଗଡ଼ ଜିଲ୍ଲା ର ନୃସିଂହନାଥ ବୈଶାଖ ମେଳା ରେ ଦୈନନ୍ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ପ୍ରବଳ ଖରା ରେ ଯାତ୍ରୀ ଙ୍କୁ ପାନୀୟଜଳ ମିଳୁନ ଥିବାରୁ ପ୍ରତିବର୍ଷ ପ୍ରସ୍ତୁତି ବୈଠକ ଉଦବେଗ ପ୍ରକାଶ ପାଇ ପରବର୍ତ୍ତୀ ସମୟରେ ପ୍ରଶାସନ, ମନ୍ଦିର ପରିଚାଳନା କମିଟି ପ୍ରତିଶ୍ରୁତି ଦେଉଥିବା ସମୟରେ ପୁଣି ବୈଶାଖ ମେଳା ସମୟରେ ସେହିପରି ପାନୀୟଜଳ କୁ ନେଇ ଉଦ୍ବେଗ ପ୍ରକାର ପାଇଥାଏ ହେଲେ କେବେ ସ୍ଥାୟୀ ସମାଧାନ ହୋଇନଥାଏ।
Ad..
ଏଭଲି ବର୍ଷ ବର୍ଷ ଧରି ବୈଶାଖ ମେଳା ସମୟରେ ପାନୀୟଜଳ ର ସମସ୍ୟା ରହିଛି ହେଲେ ଜନପ୍ରତିନିଧି ହୁଅନ୍ତୁ ବା ପ୍ରଶାସନ ନୃସିଂହନାଥ ପୀଠ ବୈଶାଖ ମେଳା ରେ ପାନୀୟଜଳ ସମସ୍ୟା ର ସମାଧାନ କରିପାରନ୍ତି ନାହିଁ ଫଳରେ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଜନସାଧାରଣ ଙ୍କ ଅସନ୍ତୋଷ ର ଶିକାର ହୋଇ ନିନ୍ଦିତ ହୋଇଥାନ୍ତି।
ଏଥର ମଧ୍ୟ ଠିକ୍ ସେହିପରି ପ୍ରଶାସନ ଓ ଜନପ୍ରତିନିଧିମାନେ ବୈଠକରେ ସମାଲୋଚନା ର ଶିକାର ହୋଇଛନ୍ତି। ଏଥର ବୈଶାଖ ମେଳା ପରିଚାଳନା ପାଇଁ ଗତ ୧୯ ତାରିଖ ରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ବିଧାୟୀକା ଉପସ୍ଥିତ ଥିବା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଖୋଦ୍ ପାଇକମାଳ ର ହୋଇ ବି ଅନୁପସ୍ଥିତ ରହିଥିଲେ।
ବୈଠକ ରେ କୈାଣସି ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ଉପସ୍ଥିତ ରହିଥିବାରୁ ଉପସ୍ଥିତ ଜନସାଧାରଣଙ୍କ ଦାବି କଲେ ଯେ ଜିଲ୍ଲା ସ୍ତରୀୟ ପ୍ରଶାସନୀକ ଅଧିକାରୀ ବୈଠକ ରେ ଉପସ୍ଥିତ ରହିଲେ ଯାଇ ପ୍ରସ୍ତୁତି ବୈଠକ ହେଉ ଶେଷରେ ବୈଠକ ସଭାପତି ପାଇକମାଳ ବ୍ଲକ ର ଏବିଡିଓ ବାଧ୍ୟ ହୋଇ ଉପଜିଲ୍ଲାପାଳ ଙ୍କୁ ବୈଠକ ରେ ଯୋଗଦେବାକୁ ଅନୁରୋଧ ଜଣାଇଲେ ଓ ବୈଠକ ଶେଷରେ ଉପଜିଲ୍ଲାପାଳ ଯୋଗଦାନ ଦେଇଥିଲେ ଯେଉଁଥିରେ କି ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ପାନୀୟଜଳ, ବିଦ୍ୟୁତ, ଟ୍ରାଫିକ ସମସ୍ୟା ସହ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାସହ ପ୍ରଶାସନ ର ପ୍ରତ୍ୟକ୍ଷ ଉପସ୍ଥିତ ଦାବି ଜଣାଇଥିଲେ ଶେଷରେ ଆଉ ଏକ ବୈଠକ ମାଧ୍ୟମରେ ସମସ୍ତ ସମସ୍ୟାକୁ ଆଲୋଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଏବେ ବୈଶାଖ ମେଳା କୁ ଆଉ ମାତ୍ର ୧୫ ଦିନ ବାକି ରହିଛି ନୃସିଂହନାଥ ବୈଶାଖ ମେଳା ର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ ସମସ୍ୟା ଯେଉଁଥିରେ କି ଜିଲ୍ଲା ପ୍ରଶାସନ ତରଫରୁ ପାଣି ର ସୁବନ୍ଦୋବସ୍ତ କଲେ ମଧ୍ୟ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ତଥାପି ମଧ୍ୟ ଲୋକ ଙ୍କ ପାଇଁ ପର୍ଯ୍ୟାପ୍ତ ଜଳଯୋଗାଣ ହେଉନାହିଁ।
ଏଥର ଆହୁରି ଖରା ବଢ଼ିବାରେ ଲାଗୁଛି ପାନୀୟଜଳ ର ସମସ୍ୟା ଦ୍ଵିଗୁଣିତ ହେବାର ସମ୍ଭାବନା ରହୁଛି ଏଣୁ ପ୍ରଶାସନ, ଜନପ୍ରତିନିଧି ଓ ମନ୍ଦିର ପରିଚାଳନା କମିଟି ତରଫରୁ ଗୁରୁତ୍ବ ସହ ନୃସିଂହନାଥ ବୈଶାଖ ମେଳା ରେ ପାନୀୟଜଳ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି ନଚେତ ମେଳା ସମୟରେ ଜନ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ।
Report : Bijay ku sahu
Edited by k.s thakur...


