୪୧ ଡିଗ୍ରୀ ଖରା ରେ ମଧ୍ୟ ଟ୍ରାଫିକ ମାନୁଛନ୍ତି ପଦ୍ମପୁର ସହରବାସୀ...

୪୧ ଡିଗ୍ରୀ ଖରା ରେ  ମଧ୍ୟ ଟ୍ରାଫିକ ମାନୁଛନ୍ତି ପଦ୍ମପୁର ସହରବାସୀ...


ବରଗଡ଼,୨୦/୦୪ : ବଢ଼ିବାରେ ଲାଗୁଛି ତାପମାତ୍ରା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଖରା ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ବରଗଡ଼ ଜିଲ୍ଲା ରେ ପ୍ରଥମ କରି ଶୁଭାରମ୍ଭ ହୋଇଥିବା ଟ୍ରାଫିକ ଲାଇଟ୍ ସିଙ୍ଗନାଲ ଲୋକ ଙ୍କ ଜୀବନ ନେବାର ସମ୍ଭାବନା ରହୁଛି। ପଦ୍ମପୁର ଭେଉରିଆ ଛକ ଟ୍ରାଫିକ ଠାରେ ପ୍ରବଳ ଖରା ରେ ବାଟୋଇ ଙ୍କୁ ଅଟକିବାକୁ ପଡୁଛି। 

Ad..


ମୁଖ୍ୟ କରି ଦୁଇ ଚକିଆ ଯାନ ପାଇଁ କାଳ ମିଳୁଛି ଟ୍ରାଫିକ। ଦିନ ୧୦ ଘଣ୍ଟା ସମୟରେ ଖରା ଟାଣ ଯୋଗୁଁ ଜନସାଧାରଣ ଡହଳବିକଳ ହେଉଛନ୍ତି ଏଭଲି ପରିସ୍ଥିତି ରେ ଟ୍ରାଫିକ ଠାରେ ଢୋ ଖରା ରେ ଅଟକିବାକୁ ପଡୁଛି। ପଦ୍ମପୁର ସହରର ଏକମାତ୍ର ଟ୍ରାଫିକ ବ୍ୟବସ୍ଥା ରହିଥିଲେ ବି ପ୍ରଶାସନ ଛାଇ ର ବ୍ୟବସ୍ଥା କରିପାରି ନାହିଁ। 

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ହେଉକି ସାଧାରଣ ଜନତା, ବାଟୋଇ ଙ୍କ ପାଇଁ ଟ୍ରାଫିକ ନିକଟ ରେ ଯାତ୍ରୀ ଙ୍କ ପାଇଁ ମୁଣ୍ଡ ଉପରେ ଛାଇ କରାଯିବାର ଆବଶ୍ୟକତା ରହିଛି। ଦିର୍ଘ ୧୫ ଦିନ ପୁର୍ବରୁ ସହରବାସୀ ଙ୍କ ସମେତ ସାମାଜିକ ଗଣମାଧ୍ୟମ ରେ ଦାବି ଉଠିଛି ଏପରିକି ପଦ୍ମପୁର ଏନ୍ ଏ ସି ର କାଉନସିଲର କୁନାଲ ପାଣିଗ୍ରାହୀ ମଧ୍ୟ ପ୍ରଶାସନ ଠାରେ ଦାବି କରିସାରିଛନ୍ତି ହେଲେ ପ୍ରଶାସନ ର ଅବହେଳା ଯୋଗୁଁ ଭେଉରିଆ ଛକ ଟ୍ରାଫିକ ଠାରେ ଛାଇ ର ଉଚିତ୍ ବ୍ୟବସ୍ଥା ହୋଇପାରି ନାହିଁ।

ପ୍ରବଳ ଖରା ସମୟରେ ଜନସାଧାରଣ ଙ୍କ ଜୀବନ ପ୍ରତି ବିପଦ ରହିଛି । ଏଥିପାଇଁ ପ୍ରଶାସନ ତୁରନ୍ତ ଛାଇ ର ବ୍ୟବସ୍ଥା କରନ୍ତୁ ବୋଲି ଖରାରେ ଅତିଷ୍ଠ ହେଉଥିବା ଜନସାଧାରଣ ଦାବି କରୁଛନ୍ତି।



Report : Bijay ku sahu

Edited by k.s thakur...



1 Comments

  1. ଦାଦା ନମସ୍କାର 🙏 ନାଇଁ ମାନ୍ଲେ ଏକାଉଣ୍ଟ୍ ରୁ ଜିବା ଜେ

    ReplyDelete
Previous Post Next Post