ବନ ବିଭାଗର ଚଢ଼ାଉ, ୨ ମୃତ ଜନ୍ତୁ ସମେତ ଦେଶୀ ବନ୍ଧୁକ ଜବତ...
ତେବେ ଚଢ଼ାଉର ପୂର୍ବାଭାସ ପାଇ ସମ୍ପୃକ୍ତ ଶିକାରୀ ମାନେ ଘରୁ ଫେରାର ହୋଇ ଯାଇଥିବାରୁ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇପାରିନାହିଁ । ଫେରାର ଶିକାରୀ ମାନଙ୍କ ମଧ୍ୟରୁ ଜଣେ ଗଇଳମୁଣ୍ଡି ଗ୍ରାମର ଏବଂ ଅନ୍ୟ ୨ ଜଣ ହେଲେ ଭୁଲୁକି ଗ୍ରାମର ବୋଲି ଜଣାପଡିଛି ।
ଏହି ଶିକାରୀ ମାନେ ପେସାଦାର ଶିକାରୀ ହୋଇଥିବା ବେଳେ ବେଆଇନ ଭାବେ ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ପଶି ଅବାଧରେ ଜନ୍ତୁ ଶିକାର କରୁଥିବା ଖବର ପାଇ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ସମ୍ପୃକ୍ତ ଶିକାରୀମାନେ ଜଙ୍ଗଲ ଭିତରେ ନିଆଁ ଲଗାଇ ବନ୍ଧୁକ ଏବଂ ଫାସ ଦ୍ୱାରା ଜନ୍ତୁ ଶିକାର କରୁଥିଲେ ।
ଅନେକ ସମୟରେ ଖରାରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ମାନେ ଜଙ୍ଗଲ ମଧ୍ୟରେ ଥିବା ଝରଣାକୁ ପାଣି ପିଇବାକୁ ଆସୁଥିବାବେଳେ ପୂର୍ବରୁ ଛକି ରହିଥିବା ଶିକାରୀ ମାନେ ବନ୍ଧୁକ ସାହାଯ୍ୟରେ ଏହି ଶିକାର କରି ଆସୁଥିବା ବେଳେ ଆଉ କେତେବେଳେ ଜଙ୍ଗଲରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଚତୁଃପାର୍ଶ୍ୱରେ ନିଆଁ ଲଗାଇ ଫାଙ୍କା ଥିବା ଗୋଟିଏ ସ୍ଥାନରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ଜଣା ପଡିଛି ।
ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ଫରେଷ୍ଟର ଅନୁରାଧା ଖରସେଲ, ଯତୀନ୍ଦ୍ର ମାଝୀ, ଫରେଷ୍ଟ ଗାର୍ଡ ଲିଲି ବିଶି ଏବଂ ନିହାର ରଞ୍ଜନ ବଡ଼ପଣ୍ଡା ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।
ତେବେ ନାକଟିଦେଉଳ ପ୍ରାଣୀଧନ ଚିକିତ୍ସକ ଶ୍ରବଣ କୁମାର ଆଚାରୀଙ୍କ ଦ୍ୱାରା କିସିଣ୍ଡା ସରପଞ୍ଚ ରୀନା ନାଏକ ଏବଂ ସମିତିସଭ୍ୟା ଯାଜ୍ଞସେନି କୁଅଁର ଉପସ୍ଥିତିରେ ଜବତ ମୃତ ଝିଙ୍କ ଏବଂ ଗୁରାଣ୍ଡି ଜନ୍ତୁର ଶବ ବ୍ୟବଚ୍ଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି ।
ବିଭାଗ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ଥିବା ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଗିରଫ ପାଇଁ ଜୋରଦାର ଉଦ୍ୟମ କରାଯାଉଛି ବୋଲି ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।
Edited by k.s thakur...



