ଆଜି ବିଧାନସଭା ବୟକଟ୍‌ କରିବ କଂଗ୍ରେସ...

ଆଜି ବିଧାନସଭା ବୟକଟ୍‌ କରିବ କଂଗ୍ରେସ...


ଭୁବନେଶ୍ୱର,୧୨/୦୩ : ବିଧାନସଭା ଭଳି ଏକ ପବିତ୍ର ଗୃହରେ ଆଜି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିବା ଏବଂ ପରେ ତିନି ଦଳର ବିଧାୟକ ମାନେ ହାତାହାତି ହେବା ଘଟଣାରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି।

Ad..


ତେବେ କଂଗ୍ରେସ ବିଧାୟକଙ୍କ ପ୍ରତି ପକ୍ଷପାତିତା ଅଭିଯୋଗ ଆଣି କଂଗ୍ରେସ ଦଳ ଆଜି ବିଧାନସଭା ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ଧାରଣା ଦେଇଥିବା ତାରା ବାହିନୀପତି ଓ ଦଳର ଅନ୍ୟ ବିଧାୟକମାନେ ଧାରଣାରୁ ଓହୁରି ଯାଇଛନ୍ତି।

     Ad..


ଏନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ କଂଗ୍ରେସ ଦଳର ଜରୁରୀ ବୈଠକ ଆଜି ବସିବ । ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ହେବ। ତେଣୁ ବିଧାନସଭାରେ ଆଜି କୌଣସି ଆଲୋଚନାରେ କଂଗ୍ରେସ ଭାଗନେବ ନାହିଁ ।



Edited by k.s thakur...



Post a Comment

Previous Post Next Post