ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଇନଛାତ୍ର ଆଶିକ୍ଷ ଜ୍ୟୋତିଷ...

ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଲେ ଆଇନଛାତ୍ର ଆଶିକ୍ଷ ଜ୍ୟୋତିଷ...


ପଦ୍ମପୁର,୧୨/୦୩ : ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ  ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଚିଠି ଲେଖିଲେ ଆଇନଛାତ୍ର ଆଶିକ୍ଷ ଜ୍ୟୋତିଷ । 

Ad..


ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପଦ୍ମପୁର ଉପଖଣ୍ଡ ଏକ ବୃହତ ଉପଖଣ୍ଡ ଛଅ ଗୋଟି ବ୍ଲକକୁ ନେଇ ଗଠିତ । ପଦ୍ମପୁର ଉପଖଣ୍ଡ ଅଧିନରେ ସର୍ବମୋଟ ନଅ ଗୋଟି ପୋଲିସ ଥାନା ରହିଛି। ଶ୍ରୀମତୀ ଅମ୍ରିତପାଳ କୌର(ଆଇ.ପ.ିଏସ)ଙ୍କ ବଦଲି ପରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପଦବୀ ଖାଲି ରହିଛି। 

    Ad..


ପଦ୍ମପୁର ଉପଖଣ୍ଡ ପଡୋଶୀ ଜିଲ୍ଲା ବଲାଙ୍ଗୀର,ନୂଆଁପଡା ଓ ପଡୋଶୀ ରାଜ୍ୟ ଛତିଶଗଡର ସିମାନ୍ତରେ ଅବସ୍ଥିତ। ପଦ୍ମପୁର ଉପଖଣ୍ଡ ଗୋଟିଏ ମାଓ ପ୍ରବଣ ଅଂଚଳ , ଏହି ଅଂଚଳରେ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ନିଶା ଔଷଧ ଚାଲଣ ତଥା ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ। କିନ୍ତୁ ଏବେ ଏହି ଉପଖଣ୍ଡ ମୁରବି ବିହିନ ପୋଲିସ ଉପଖଣ୍ଡ ଭାବରେ ପଡି ରହିଛି । 

ଏହି ଉପଖଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ରହିବା ନିହାତି ଆବଶ୍ୟକ ବୋଲି ଆଶିଷ ଉଲ୍ଲେଖ କରିଛନ୍ତି  । ଏହା ସହ ଯଥା ଶୀଘ୍ର ପଦ୍ମପୁର ଉପଖଣ୍ଡର ଜନସାଧାରଣଙ୍କ ହିତ ପାଇଁ ଜଣେ ସୁଦକ୍ଷ ଉପଖଣ୍ଡ ପୋଲିସ ଅଧିକାରୀ ଯଥାଶୀଘ୍ର ସ୍ଥାୟୀ ଭାବରେ ନିଯୁକ୍ତ କରିବା ପାଇଁ ସେ ଦାବୀ କରିଛନ୍ତି ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post