ବରଗଡ଼ ଜିଲ୍ଲାରେ ଏଟିଏମ ସେବା ବ୍ୟାହତ, ଗ୍ରାହକ ହନ୍ତସନ୍ତ...ଏହାର ତୁରନ୍ତ ସମାଧାନ ଦାବୀକଲା ଆମ୍ ଆଦମୀ ପାର୍ଟି...

ବରଗଡ଼ ଜିଲ୍ଲାରେ ଏଟିଏମ ସେବା ବ୍ୟାହତ, ଗ୍ରାହକ ହନ୍ତସନ୍ତ...ଏହାର ତୁରନ୍ତ ସମାଧାନ ଦାବୀକଲା ଆମ୍ ଆଦମୀ ପାର୍ଟି...


ବରଗଡ,୧୨/୦୩  : ଗତ ତିନି ମାସ ହେଲା ବରଗଡ଼ ଜିଲ୍ଲାରେ ଏଟିଏମ ସେବା ସମ୍ପୂର୍ଣ ବ୍ୟାହତ ହୋଇପଡିଛି ତେଣୁ ଏହାକୁ ସକ୍ରିୟ କରିବା ଦାବୀରେ ଆମ୍ ଆଦମୀ ପାର୍ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଚିଫ୍ ଜେନେରାଲ ମେନେଜର ଙ୍କ ଉଦେଶ୍ୟରେ ରିଜିଓନାଲ ମ୍ୟାନେଜରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି। 

Ad..


ଷ୍ଟେଟ ବ୍ୟାଙ୍କ ର ଅଧିକାଂଶ ଏଟିଏମ ଅଚଳ ଅବସ୍ଥାରେ ପଡ଼ିରହିଛି ଯାହାକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। 

    Ad..


କୃଷି ଓ ବ୍ୟବସାୟୀକ ଦୃଷ୍ଟିକୋଣରୁ ବରଗଡ଼ ଜିଲ୍ଲାର ପରିଚୟ ରହିଥିବା ବେଳେ ବଡ଼ ସ୍ତରରେ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଏଠାରେ ଦେଖିବା ମିଳିଥାଏ କିନ୍ତୁ ବିଡମ୍ବନାର ବିଷୟ ଗତ ତିନି ମାସ ହେଲା ଧନୁଯାତ୍ରା ସମୟରୁ ବରଗଡ଼ ଜିଲ୍ଲାରେ ଏଟିଏମ ସେବା ସମ୍ପୂର୍ଣ ଭୁଶୁଡି ପଡିଛି ଯାହା ଫଳରେ କି ସାଧାରଣ ଲୋକ, ଚାଷୀ, ବ୍ୟବସାୟୀ, ରୋଗୀ ସମ୍ପର୍କୀୟ, ଛାତ୍ର ଛାତ୍ରୀ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

ତେଣୁ ଏହି ଏଟିଏମ ଗୁଡିକୁ ସକ୍ରିୟ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ଯଦି ଏହାକୁ ଗମ୍ଭୀରତା ସହ ସମାଧାନ କରାନଗଲା ବରଗଡ ଜିଲ୍ଲା ବାସୀ ଙ୍କ ତରଫରୁ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କୁ ଓହଲ୍ଲାଇବ। ଜିଲ୍ଲା ଆବାହକ ଭବାନୀ ସାହୁ, ସମ୍ପାଦକ ସ୍ୱରୂପ ଭୋଇ, ମାରିୟମ ବାର୍ଲା, ଅସିତ ସାହୁ ଏହି ସମୟରେ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post