ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ...
ବରଗଡ,୨୩/୦୩ : ସହିଦ ଦିବସ ଅବସରରେ ମହାନ କ୍ରାନ୍ତିକାରୀ ସହିଦ ମାନଙ୍କୁ ବରଗଡ଼ ଭଗତ ସିଂ ଛକ ଠାରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ ନାଗରିକ ମଞ୍ଚ।
Ad..
୨୩ ମାର୍ଚ୍ଚ ୧୯୩୧ ମସିହାର ଏହି କାଳରାତ୍ରି ରେ ଲାହୋର ସେଣ୍ଟ୍ରାଲ ଜେଲରେ ତିନି କ୍ରାନ୍ତିକାରୀ ସହିଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ଙ୍କୁ ଫାଶୀ ଦିଆଯାଇଥିଲା, ଦେଶ ମାତୃକା ପାଇଁ ଜୀବନ ଦେଇ ଥିବା ଏହି ସହିଦ ମାନଙ୍କ ଜୀବନୀ ଆଗାମୀ ପିଢ଼ି କୁ ପ୍ରେରଣା ଯୋଗାଇବ ବୋଲି ଭବାନୀ ସାହୁ କହିଥିଲେ।
Ad..
ବରଗଡ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ମଧ୍ୟରେ ଟିଙ୍କୁ ନନ୍ଦ, ନିଖିଳ ପାଣିଗ୍ରାହୀ, ଶିବାନନ୍ଦ ମଟାରୀ, ସୁଦାମ ସାହୁ, ନିତ୍ୟାନନ୍ଦ ବାଗ, ଜିଭି ରାଓ, ଗୋବିନ୍ଦ ଶର୍ମା, ଲାଲା ଦୀପ, କାଲିଆ ବାରିକ, ରବି ପାଠୀ, ପ୍ରମୋଦ ବେହେରା, ଜୀବନଲାଲ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



