ନୂଆଦିଲ୍ଲୀ ଗସ୍ତରେ ନବୀନ, ପାଣ୍ଡିଆନ; ଖୁବ ଶୀଘ୍ର ଓଡ଼ିଶା ଛାଡ଼ିବେ ଭୈରବ...
ଭୁବନେଶ୍ୱର,୨୩/୦୩ : ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ତାଙ୍କ ସଖା ଭିକେ ପାଣ୍ଡିଆନ । ବିଚ୍ଛେଦ ପୂର୍ବରୁ ଗତିବିଧି ଚଳଚଞ୍ଚଳ ।ଖୁବ ଶୀଘ୍ର ଓଡ଼ିଶା ଛାଡିପାରନ୍ତି ଭି.କେ ପାଣ୍ଡିଆନ ।
Ad..
ଆନ୍ତର୍ଜାତିକ ସଂସ୍ଥା ବିଲ୍ ଗେଟ୍ସ ଫାଉଣ୍ଡେସନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯୋଗ ଦେବା କଥା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହି ମଧ୍ୟରେ ବାରମ୍ବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
Ad..
୨ ସପ୍ତାହ ମଧ୍ୟରେ ୨ ଥର ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ସରଗରମ ହେଉଛି ରାଜ୍ୟ ରାଜନୀତି । ରାଜନୈତିକ ଉଦ୍ଦେଶ୍ୟ ରଖି ନବୀନ ବରାବର ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଥିବା ବେଳେ ଦିଲ୍ଲୀ ଗସ୍ତର ମୁଖ୍ୟ କାରଣ ଜଣାପଡ଼ି ନାହିଁ । କିନ୍ତୁ ସନ୍ଦେହ କରାଯାଉଛି କି ବିଜେଡ଼ି ନେତାଙ୍କୁ ସୁରକ୍ଷା ଦେବାକୁ ନବୀନ ପ୍ରୟାସ କରୁଛନ୍ତି।
Edited by k.s thakur...
Tags:
Bhubaneswar
delhi
latest news
latest update
Naveen Patnaik
odisha daily current affairs
v.k Pandian
visit



