ବରଗଡ଼ରେ ଆମ୍ ଆଦମୀ ପାର୍ଟି ଦ୍ୱାରା ସହିଦ ଦିବସ ପାଳିତ...

ବରଗଡ଼ରେ ଆମ୍ ଆଦମୀ ପାର୍ଟି ଦ୍ୱାରା ସହିଦ ଦିବସ ପାଳିତ...


ବରଗଡ,୨୩/୦୩ : ଭାରତ ଇତିହାସ ର ତିନି କ୍ରାନ୍ତିକାରୀ ସହିଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ଙ୍କୁ ୨୩ ମାର୍ଚ୍ଚ ୧୯୩୧ ମସିହାରେ ଲାହୋର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା, ଦେଶ ମାତୃକା ପାଇଁ ଜୀବନ ଦେଇ ଥିବା ଏହି ସହିଦ ମାନଙ୍କ ବଳିଦାନ କୁ ସ୍ମରଣ ରଖିବା ପାଇଁ ଏହି ଦିନ କୁ ସହିଦ ଦିବସ ଭାବେ ପାଳନ କରାଯାଇଥାଲା। 

Ad..


ଏହି ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବରଗଡ ଆମ୍ ଆଦମୀ ପାର୍ଟି ପକ୍ଷରୁ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ କରି ମାତ୍ର ଅଳ୍ପ ବୟସରେ ଦେଶ ପାଇଁ ନିଜ ଜୀବନ କୁ ତ୍ୟାଗ କରିଥିବା ଏହି ସହିଦ ମାନଙ୍କୁ କୋଟି କୋଟି ନମନ କରି ଶ୍ରଦ୍ଧାଞ୍ଜଳି ଜାଣିଥିଲେ ଜିଲ୍ଲା ଆବାହକ ଭବାନୀ ସାହୁ। 

    Ad..


ଏହି କାର୍ଯ୍ୟକ୍ରମ ରେ ମହିଳା ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ଆଇନଜୀବୀ ରମେଶ ପତି, ଅତାବିରା ନିର୍ବାଚନ ମଣ୍ଡଳୀ ସଂଯୋଜକ ଜୟକ୍ରୀଷ୍ଣା ଛୁରିଆ, ବ୍ଲକ ସଭାପତି ଯଦୁମଣି ପ୍ରଧାନ,ନରୋତ୍ତମ ପଣ୍ଡା,ଗୌତମ ମହାନନ୍ଦ, ସତ୍ୟବ୍ରତ ସାହୁ, ନିଖିଳ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post