ମହା ଆଡ଼ମ୍ବରରେ ସତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଲୋକେ...

ମହା ଆଡ଼ମ୍ବରରେ ସତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଲୋକେ...


ବରଗଡ଼/ପାଟଣାଗଡ଼,୨୪/୦୩ : ମଣିଷର ବାର୍ଦ୍ଧକ୍ୟ ବେଳେ ବେଳେ ତା ପାଇଁ ବୋଝ ପାଲଟି ଯାଏ । ଆଉ ଏତିକି ବେଳେ ଯଦି ପରିବାର ହାତ ଛାଡ଼ି ଦିଏ ତେବେ ଜୀବନଟା ଦୁର୍ବିସହ ହୋଇପଡେ । ଜୀବନର ଶେଷ ସମୟ ତକ ରାସ୍ତା କଡ଼ରେ ନଚେତ୍ ବୃଦ୍ଧା ଶ୍ରମରେ କରିବାକୁ ପଡେ। 

Ad..


ପରିବାରରେ ପୁଅ ବୋହୂ ନାତି ନାତୁଣୀ ଭାଇ ବନ୍ଧୁ ଥିବା ପରେ ବି ମଣିଷକୁ ଅନ୍ୟର ଦୟାରେ ଜୀବନ କରିବାକୁ ପଡେ । ଥରେ ଭାବନ୍ତୁ ଶତାୟୁ ହେବା ପରେ ବି ଯେଉଁ ଲୋକ ତା ପରିବାର ପାଇଁ କୌଣସି ଅମୂଲ୍ୟ ସମ୍ପଦ ଠାରୁ କମ୍ ନୁହେଁ ସେ ଲୋକ ସତରେ କେତେ ଭାଗ୍ୟବାନ। 

     Ad..


ବଲାଙ୍ଗୀର ଜିଲ୍ଲା ପାଟଣାଗଡ ତମିଆଁ ଗ୍ରାମର ଲୋକନାଥ ପଣ୍ଡା ସେହି ଭାଗ୍ୟବାନ ମଣିଷମାନଙ୍କ ଭିତରେ ଜଣେ। ଶହେଟି ବସନ୍ତ ଅତିକ୍ରମ କରି ସାରିଥିବା ଲୋକନାଥ ପଣ୍ଡାଙ୍କ ଜନ୍ମଦିବସକୁ ତାଙ୍କ ପୁତ୍ର ଓ ନାତି ମାନେ ବହୁ ଆଡ଼ମ୍ବରରେ ପାଳନ କରିଛନ୍ତି।

ବହୁ ଦୂରଦୁରାନ୍ତରୁ ବନ୍ଧୁ ବାନ୍ଧବ ଆସି ପହଂଚି ଥିବାବେଳେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକ ଜମା ହୋଇଥିଲେ। ଏହି ଅବସରରେ ଅନେକ ବୁଦ୍ଧିଜୀବୀ ଓ ସ୍ଥାନୀୟ ସରପଞ୍ଚ ଯୋଗଦେଇ ତାଙ୍କର ମୂଲ୍ୟବାନ ମତାମତ ରଖିବା ସହ ଏଭଳି ଏକ ଭବ୍ୟ ଆୟୋଜନ ଦେଖି ପଣ୍ଡା ପରିବାର ବର୍ଗଙ୍କୁ ଧନ୍ୟବାଦ୍ ଜଣାଇଥିଲେ। 

ଶତାୟୁ ପୁରୁଷ ଲୋକନାଥ ପଣ୍ଡାଙ୍କ  ଗୋଡ ଧୋଇ ସମସ୍ତେ ମୁଣ୍ଡିଆ ମାରି ଆଶିର୍ବାଦ ନେଇଥିଲେ । ଉକ୍ତ ଅଂଚଳରେ ପ୍ରଥମ ଥର ପାଇଁ ଏମିତି ଏକ କାର୍ଯ୍ୟକ୍ରମ ଦେଖି ଲୋକେ ଖୁବ୍ ପ୍ରଶଂସା କରିଥିଲେ ।ପୁତ୍ର ଗୌରାଙ୍ଗ ପଣ୍ଡା,ହିରାଲାଲ ପଣ୍ଡା ଓ ନାତି ସନ୍ତୋଷ ପଣ୍ଡା ଏହି ଆୟୋଜନ କରିଥିବା ବେଳେ ସମସ୍ତଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post