ତୁମେ ତ ସମ୍ଭାଳି ପାରୁନ, ଯୋଜନା ପରେ ଯୋଜନା କରୁଛ କାହିଁକି ?ଆନ୍ଦୋଳନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ...
ବରଗଡ଼,୨୦/୦୩ :ତୁମେ ତ ସମ୍ଭାଳି ପାରୁନ ତେବେ ଯୋଜନା ଉପରେ ଯୋଜନା କରୁଛ କାହିଁକି ବୋଲି ଜନସାଧାରଣ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ମାର୍ଚ୍ଚ ୧୦ ତାରିଖରୁ ୨ ଦଫା ଦାବିରେ ଭୁବନେଶ୍ୱରଠାରେ ଆନ୍ଦୋଳନରେ ଝାସ ଦେଇଛନ୍ତି।
Ad..
ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ଦାବୀରେ ଚାଲିଥିବା ଏହି ଆନ୍ଦୋଳନରେ ସମଗ୍ର ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଛନ୍ତି। ଆଜକୁ ୧୧ ଦିନ ହେବ ଆନ୍ଦୋଳନ ଜାରୀ ରହିଛି।ଉକ୍ତ ଆନ୍ଦୋଳନରେ ବରଗଡ଼ ଜିଲ୍ଲାରେ ୧୧୭ ଜଣ କର୍ମଚାରୀ ରହିଛନ୍ତି।
Ad..
ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାରେ ବିଶେଷ କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ଯୋଜନା ଗୁଡିକ ପ୍ରଭାବିତ ହୋଇଛି। ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସ୍ୱସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଗର୍ଭବତୀ ଓ ଛୋଟ ପିଲାଙ୍କ ଟୀକାକରଣ କାର୍ଯ୍ୟକ୍ରମ, ଯକ୍ଷ୍ମା, କୁଷ୍ଠ ଓ ହେପାଟାଇଟିସ୍ -ବି ଔଷଧ ବଣ୍ଟନ, ଆଶା କର୍ମୀଙ୍କ ପାରିଶ୍ରମିକ, ସମସ୍ତ ବିଭାଗ ଯଥା ମାତୃ ଓ ଶିଶୁ ବିଭାଗ,ପୃଷ୍ଟି ସାଧନା କେନ୍ଦ୍ର,ଯକ୍ଷ୍ମା ନିରାକରଣ, କୁଷ୍ଠ ନିରାକରଣ, ମାନସିକ ରୋଗ କାର୍ଯ୍ୟକ୍ରମ, ମେଲେରିଆ ନିରାକରଣ,ଅଣ ସଂକ୍ରାମକ ରୋଗ, ରକ୍ତ ହିନତା ଚିହ୍ନଟ ଡାକ୍ତରଖାନା ମାନଙ୍କର ସ୍ୱଚ୍ଛତା,କାୟାକଳ୍ପ ରିପୋର୍ଟ ପ୍ରଦାନ, ବିଭିନ୍ନ ପ୍ରକାରର ରୋଗର ମାଗଣା ପରିକ୍ଷା ନିରିକ୍ଷା ପାଇଁ ଚାଲିଥିବା ନିଦାନ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର ତାଲିମ କାର୍ଯ୍ୟକ୍ରମ ଏକ ପ୍ରକାରର ଠପ୍ ହୋଇ ଯାଇଛି।
ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଯୋଜନା ବାଧାପ୍ରାପ୍ତ ହେବା ସମେତ ବିଭିନ୍ନ ଯୋଜନାରେ ମିଳୁଥିବା ହିତାଧିକାରୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ସ୍ଥଗିତ ହୋଇ ଯାଇଛି।ଅର୍ଥ ବ୍ୟବସ୍ଥା ପରିଚାଳନା ବନ୍ଦ ଥିବାରୁ ବର୍ତ୍ତମାନ ନିଦାନ (ମାଗଣା ପରୀକ୍ଷା) ପାଇଁ ଆବଶ୍ୟକ କିଟ୍ କିଣିବା ନେଇ ସମସ୍ୟା ଦେଖାଦେଇଛି।ଏନଆରସି କୁ ଆସୁଥିବା ଶିଶୁ ମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ରାଶି ମଧ୍ୟ ବାଧାପ୍ରାପ୍ତ ହୋଇଛି।
ସୂଚନା ଯୋଗ୍ୟ ଯେ,କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ସଂଘ ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିଥିଲେ । ପରେ ଗତ ୧୦ ତାରିଖରୁ ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Report : Bijay ku sahu
Edited by k.s thakur...



