ସାତ ଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ : ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ...

ସାତ ଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ : ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ...


ବରଗଡ଼,୨୧/୦୩ : ବରଗଡ଼ ଜିଲ୍ଲା  ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ ଭାବେ କଥାବାର୍ତ୍ତା କିମ୍ବା ଠିକ୍‌ ଭାବେ ଚଲାବୁଲା କରି ପାରନ୍ତି ନାହିଁ। ଉଭୟ ଦୁହି ଜଣ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। 

Ad..


ଏହି ଅବସରରେ ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଟାଉନ ଥାନା ପରିସରରେ ରହିଥିବା ଶିବ ମନ୍ଦିରରେ ସେମାନଙ୍କ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ନ ଥିଲା ଯାନି ଯୌତୁକ କିନ୍ତୁ ଥିଲା ସ୍ନେହ ଭାବ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସମାଜ ର ମୁଖ୍ୟ ଧାରା ରେ ସାମିଲ କରିବାର ଇଛାଶକ୍ତି।

     Ad..


ପାରମ୍ପରିକ ବାଜା ବଜେଇ ବର କୁ ବନ୍ଦେଇ ନେଇଥିଲେ କନ୍ୟା ପକ୍ଷ। ହୋମ ମନ୍ତ୍ର ସହ ରୀତିନୀତି ଅନୁସାରେ ହସ୍ତ ବନ୍ଧନ କରି ପଣ୍ଡିତ ଦିଲୀପ ପଣ୍ଡା ସେମାନଙ୍କ ବିବାହ ସମ୍ପନ୍ନ କରିଥିଲେ। ସମାଜ ସେବୀ ସୁବାସ ଅଗ୍ରଓ୍ବାଲ ସସ୍ତ୍ରୀକ କନ୍ୟାଦାନ କରିଥିଲେ।

ପାୱାର ଅଫ୍ ଡିବ୍ୟାଙ୍ଗସ ସଙ୍ଗଠନ ସହିତ ଜଡ଼ିତ ସମସ୍ତ ବ୍ଲକ୍ ସ୍ତରୀୟ ସଙ୍ଗଠନ ତଥା ବରଗଡ଼ ସହର ର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଏହି ଦିବ୍ୟ ବିବାହ ସମାରୋହ ରେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଏବଂ ଉପହାର ପ୍ରଦାନ କରିଥିଲେ।

ପରସ୍ପରକୁ ଜୀବନସାଥୀ ଭାବେ ପାଇ ନବଦମ୍ପତି ସେମାନଙ୍କ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଭଗବାନଙ୍କ କୃପା ଥିଲେ ଏଭଳି କନ୍ୟାଦାନ କରିବା ପାଇଁ ସୌଭାଗ୍ୟ ମିଳେ ବୋଲି କନ୍ୟାଦାନ କରିଥିବା ସୁବାସ ଅଗ୍ରଓ୍ବାଲ କହିଛନ୍ତି।

ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଆଗରୁ ମଧ୍ୟ ଏଭଳି ବିବାହ କରିଛି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶ୍ୟାମସୁନ୍ଦର ଅଗ୍ରଓ୍ବାଲ କହିଛନ୍ତି।ପାୱାର ଅଫ୍ ଦିବ୍ୟାଂସ ର ମୁଖ୍ୟ ସଂଯୋଜକ ରତାନଲାଲ ଅଗ୍ରୱାଲ ମିଡିଆ ସଂଯୋଜକ ସତ୍ୟଜିତ ଦାଶ ଜସବୀର ସିଂହ ତଥା କୋଶଳ ଦେଫେନ୍ସ ଏକାଡେମୀ ର କର୍ମକର୍ତ୍ତା ସମ୍ପୂର୍ଣ କାର୍ଯ୍ୟକ୍ରମ ର ସଫଳ ଆୟୋଜନ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post