ତାଲପାଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ...

ତାଲପାଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ...


ଗାଇସିଲେଟ,୨୦/୦୩ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଠାରେ  ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୯ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବAd..


ଏହି ଉପଲକ୍ଷେ ପ୍ରଥମ ଦିନରେ ମଣ୍ଡଳକରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ ଅପରାହ୍ନ ସାଢେ ୩ ଟା ସମୟରେ ଖୁଣ୍ଟପାଲି ପୋଖରୀରୁ ଭବ୍ୟ କଳସ ଯାତ୍ରାରେ ତାଲପାଲି ଗ୍ରାମବାସୀ ଓ  ଆଖ ପାଖ ଗ୍ରାମରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ ସଂଖ୍ୟାରେ ମହିଳା ଓ ପୁରୁଷମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିଲେ। 

    Ad..


ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ମନୋରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ବବିତା ସାହୁ କାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ଭୁବନେଶ୍ୱର ଦାଶ,ମହାଦେବ ଦାଶ,ଲିଙ୍ଗରାଜ ରଥ,ହିମାଂଶୁ ପଣ୍ଡା,ରଜନ ହୋତା,ରଜତ ପଣ୍ଡା,ତପନ ତ୍ରିପାଠୀ,ଗଣେଶ ଦାଶ,ଗୋକୁଳାନନ୍ଦ ହୋତା,ସୁଦାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ତୁଲାଉଛନ୍ତି ।

ସମସ୍ତ କର୍ମକର୍ତ୍ତା ଓ ତାଲପାଲି ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ  ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିଷ୍ଠା ଉତ୍ସବରେ ଜଳନ୍ଧର ଦରବାର, ମିନା ବଜାର, ଅପେରା,ନାମଯଜ୍ଞ, ପ୍ରତ୍ୟେକ ଦିନ ବୈଠକି କୀର୍ତ୍ତନ,ପାରାୟଣ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post