ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି...

ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି...


ପାଟଣାଗଡ଼,୨୦/୦୩ : ପାଟଣାଗଡର ଅଗ୍ରଣୀ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପକ୍ଷରୁ ଆଭାସୀ ମାଧ୍ୟମରେ ସ୍ୱର୍ଗତ କବି ଲିଙ୍ଗରାଜ ଚିନ୍ଦାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶୋକସଭା ପାଳନ କରାଯାଇଥିଲା।

Ad..


ଅନୁଷ୍ଠାନର ସଭାନେତ୍ରୀ ସଂଯୁକ୍ତା ପରଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା ସୁଶ୍ରୀ ସବିତା ଭୋଇ,ଉପ ସଭାପତି ସୁରୁଚି ମିଶ୍ର, ବିରଞ୍ଚି ନାରାୟଣ ଦାଶ, ଲାଲଚନ ବଗର୍ତ୍ତୀ, ମମତା ମେହେର, ଶାନ୍ତି ମେହେର ସମେତ ଅନେକ କବି କବୟିତ୍ରୀ ଯୋଗ ଦେଇଥିଲେ।

     Ad..


ଉପସ୍ଥିତ ସମସ୍ତ ବ୍ୟକ୍ତି ଶୋକ ପ୍ରକଟ କରିବା ସହିତ ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦା ଜଣେ ସ୍ୱକୃତୀପ୍ରାପ୍ତ ଆକାଶବାଣୀ ଗୀତିକାର, ଶିଶୁ ସାହିତ୍ୟିକ,ସଂଗଠକ,କବି, ଲେଗକ ଥିଲେ ତାଙ୍କୁ ହରେଇ ଥିବାରୁ ଆମେ ସମସ୍ତେ ଦୁଃଖିତ ବୋଲି ମତ ପ୍ରକାଶ କରିଥିଲେ।ପରିଶେଷରେ ତାଙ୍କର ଆତ୍ମାର ସଦଗତି ସହିତ ଶୋକାକୁଳ ପରିବାରକୁ ଭଗବାନ ସହାୟ ହୁଅନ୍ତି ବୋଲି ପ୍ରାର୍ଥନା କରିଥିଲେ।



Edited by k.s thakur...

Post a Comment

Previous Post Next Post