ସପ୍ତମ ଜାତୀୟ ମାଷ୍ଟର ଗେମ୍ ରେ ସୁନାମ ଅର୍ଜନ କଲେ ବରଗଡ଼ର ଝିଅ...

ସପ୍ତମ ଜାତୀୟ ମାଷ୍ଟର ଗେମ୍ ରେ ସୁନାମ ଅର୍ଜନ କଲେ ବରଗଡ଼ର ଝିଅ...


ବରଗଡ଼,୧୦/୦୩ :  ଗତ ତା: ୦୬.୦୩ ରୁ ୦୯.୦୩.୨୦୨୫ ପର୍ଯନ୍ତ ପ୍ରଥମ ଥର ପାଇଁ ଓଡିଶା ରେ ସପ୍ତମ ଜାତୀୟ ମାଷ୍ଟର ଗେମ୍ ଅନୁଷ୍ଠିତ ହୋଇଯାଇଅଛି। ରାଉରକେଲା ବିର୍ସା ମୁଣ୍ଡା ଆଥେଲିକ ଷ୍ଟାଡିୟମ ରେ ଜେନେରାଲ ସେକ୍ରାଟାରୀ  ମାଷ୍ଟର ଗେମ୍ ଫାଉନଡେସନ ଆନୁକୁଲ୍ୟରେ ସାରା ଭାରତରୁ  ୩୦୦୦ ରୁ ଅଧିକ ଖେଳାଳି ଯୋଗ ଦେଇଥିଲେ।

Ad..


ଆନ୍ତର୍ଜାତୀୟ କୋଚ୍ ଶ୍ରୀ ଶିବ ପ୍ରସାଦ ମିଶ୍ର ଙ୍କ ତତ୍ତ୍ବାବଦଧାନ ରେ ବରଗଡ଼ ର ଗର୍ବ ଓ ଗୌରବ ଅନୁପମା ଘିବିଲା ଓଡ଼ିଶା ପାଇଁ ପ୍ରତିନିଧିତ୍ଵ କରି ଟ୍ରିପଲ ଜମ୍ପ ରେ ସ୍ବର୍ଣ୍ଣ ପଦକ ,ହାଇ ଜମ୍ପ ରେ ସ୍ବର୍ଣ୍ଣ ପଦକ ତଥା ୧୦୦ ମିଟର ହର୍ଡଲ ରେସ ରେ ସ୍ବର୍ଣ୍ଣ ପଦକ ତଥା ଭଉଣୀ ଅରୁଣା ଘିବିଲା ଟ୍ରିପଲ ଜମ୍ପ ରେ ସ୍ବର୍ଣ୍ଣ , ୪୦୦ ଓ ୧୦୦ ରିଲେ ରେସ ରେ ସ୍ବର୍ଣ୍ଣ,ହାଇ ଜମ୍ପ ରେ ସ୍ବର୍ଣ୍ଣ, ତଥା  ଲଙ୍ଗଜମ୍ପ ରେ ରୋୖପ୍ୟ ପଦକ ଜିତି ଓଡ଼ିଶା ତଥା ବରଗଡ଼ କୁ ଗୋୖରବାନ୍ଵିତ୍ କରିଛନ୍ତି।

    Ad..


ଏଥିପାଇଁ ଘିବିଲା ଭଉଣୀ ଦ୍ବୟଙ୍କୁ ବରଗଡ଼ ର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ର ବାର୍ତ୍ତା ଛୁଟୁଥିବା ବେଳେ ଅନେକ ସଂଗଠନ ଭଉଣୀ ଦ୍ବୟଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସଜବାଜ ହେଉଛନ୍ତି।



Report : Bijay ku sahu

Edited by k.s thakur...


Post a Comment

Previous Post Next Post