ବରଗଡ଼ ଜିଲ୍ଲା ପଦ୍ମପୁର ଚତୁର୍ଥ ଶୀତଳଷଷ୍ଠୀ ପାଳନ ପାଇଁ କର୍ମକର୍ତ୍ତା ଘୋଷଣା...

ବରଗଡ଼ ଜିଲ୍ଲା ପଦ୍ମପୁର ଚତୁର୍ଥ ଶୀତଳଷଷ୍ଠୀ ପାଳନ ପାଇଁ କର୍ମକର୍ତ୍ତା ଘୋଷଣା...


ବରଗଡ଼,୧୦/୦୩ : - ଆସନ୍ତା ମେ ୩୧ ଓ ଜୁନ୍ ୧ ତାରିଖ ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଚତୁର୍ଥ ବର୍ଷ ଶୀତଳଷଷ୍ଠୀ ୨୦୨୫ ପାଳନ କରାଯିବା ପାଇଁ ଆଜି ରାମେଶ୍ବର ବାବା ଶୀତଳଷଷ୍ଠୀ ପୂଜା ପାଳନ କମିଟି ତରଫରୁ ଘୋଷଣା ହୋଇଛି। 

Ad..


ଚଲିତ ୨୦୨୫ ବର୍ଷ ବଡ଼ ଧୂମଧାମରେ ଶୀତଳଷଷ୍ଠୀ ପାଳନ କରାଯିବା ପାଇଁ ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱ ଘୋଷଣା କରାଯିବା ସହ ଶାନ୍ତି ଶୃଙ୍ଖଳାର ଓ ଅଧିକ ଆକର୍ଷଣୀୟ ସହ ଚଳିତ ଶୀତଳଷଷ୍ଠୀ ପାଳନ ପାଇଁ ପ୍ରସ୍ତୁତି ଆଜି ଠାରୁ ଆରମ୍ଭ ହୋଇଛି। 

    Ad..


ଚଳିତ ୨୦୨୫ ବର୍ଷ ଶୀତଳଷଷ୍ଠୀ ପାଳନ ପାଇଁ ସଭାପତି ଭାବରେ ସୂରଜ କୁମାର ସାହୁ,ଉପ ସଭାପତି ଆକାଶ କୁମାର ସାହୁ, ସମ୍ପାଦକ କମଳ କୁମାର ସାହୁ, ସହ ସମ୍ପାଦକ ନିକେଶ କୁମାର ନାଏକ ଓ ଶେବକ ମେହେର, କୋଷାଧ୍ୟକ୍ଷ କ୍ଷୀରୋଦ୍ର ତ୍ରିପାଠୀ,ସହ କୋଷାଧ୍ୟକ୍ଷ ସୁଦାମ ଦାନୀ, ଓ ସଂଯୋଜକ ଭାବରେ ଶୁଭମ ପଟ୍ଟନାୟକ ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ବେଳେ ସହରର ବରିଷ୍ଠ ଓ କନିଷ୍ଠ ମାନଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ ହୋଇଛି। 

ଶୀତଳଷଷ୍ଠୀ ପାଳନ ପାଇଁ ବିଭିନ୍ନ କମିଟି ଗଠନ ହୋଇଥିବା ବେଳେ ଆସନ୍ତା ଦିନରେ ଆହୁରି ବିଭିନ୍ନ ଦାୟିତ୍ଵ ପାଇଁ କମିଟି ଗଠନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି। ଆସନ୍ତା ଅକ୍ଷୟ ତୃତୀୟା ଦିନ ଶୀତଳଷଷ୍ଠୀ ର ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ଚଳିତ ବର୍ଷ ୨୦୨୫ ପାଇଁ ଯେଉଁ ଭକ୍ତ ମାନେ କନ୍ୟା ପିତାମାତା ଓ ବର ପିତାମାତା ରୂପରେ ଦାୟିତ୍ଵ ନିର୍ବାହ କରି ଶିବ ପାର୍ବତୀଙ୍କ ଆଶିର୍ବାଦ ଲାଭ କରିବା ପାଇଁ ଇଛା କରୁଛନ୍ତି କମିଟି ସହ ଯୋଗାଯୋଗ କରିବା ପାଇଁ ଘୋଷଣା କରାଯାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post