କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍ଘାଟିତ...

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍ଘାଟିତ... 


କଣ୍ଟାବାଞ୍ଜି,୧୦/୦୩ :- ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆ ଠାରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଘାଟିତ ହୋଇଯାଇଛି। 

Ad..


ମାଟିର ମହୋତ୍ସବର ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କର ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ମୁଖ୍ୟ ବକ୍ତା ଡ଼ଃ ଫଣିନ୍ଦମ ସିଂ ଦେଓ,ସମ୍ମାନିତ ଅତିଥି ଶିବାଜୀ ମହାନ୍ତି,କଣ୍ଟାବାଞ୍ଜି ନଗରପାଳ   ବରିୟାମ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ,ଉପସଭାପତି କୈଳାସ ଦୀପ,ଆବାହାକ ପୁଷ୍ପକେତୁ ବେହେରା,ନାରୀନେତ୍ରୀ ନିରୁପମା ମାଝୀ..

     Ad..


ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ,ବେଦବ୍ୟାସ ନାଗ, ସଞ୍ଜୟ ଗାନ୍ଧୀ,ରାଜେଶ ଅଗ୍ରୱାଲ,ପିଙ୍କି ଖର୍ସେଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ ।ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୃଜନ ସଙ୍ଗୀତ କଲାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। 

ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ସଭାପତି ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଅଞ୍ଚଳର ଲୋକ  କଳା,ଲୋକ ସଂସ୍କୃତି,ଲୋକ ବାଦ୍ୟ,ଲୋକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଅଞ୍ଚଳର କଳାକାରଙ୍କୁ ସୁଯୋଗ ଦେବାର ଏକ ମାଧ୍ୟମ ହୋଇପାରିଛି ।ସଂସ୍କୃତି ପରିବର୍ତ୍ତନଶୀଳ କିନ୍ତୁ  ଅବକ୍ଷୟ ମୁଖୀ ନିଜ ଅଞ୍ଚଳର କଳା,ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି ।



Edited by k.s thakur...



Post a Comment

Previous Post Next Post