ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ...

ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ...


ବରଗଡ଼,୧୧/୦୩ : ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ରାଜନୈତିକ ଦଳଙ୍କଠାରୁ ୩୦ ଏପ୍ରିଲ, ୨୦୨୫ ସୁଦ୍ଧା ଜିଲ୍ଲା  କିମ୍ବା ରାଜ୍ଯ ନିର୍ବାଚନ ଅଧିକାରୀଙ୍କ ସ୍ତରରେ  ସମାଧାନ  ହୋଇନଥିବା ଯେକୌଣସି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି।

Ad..


ଆଜି ରାଜନୈତିକ ଦଳଗୁଡ଼ିକ ନିମନ୍ତେ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷର ସୁବିଧାଜନକ ସମୟରେ ଦଳୀୟ ସଭାପତି ଏବଂ ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ଆଲୋଚନା କରିବାକୁ ମଧ୍ୟ ନିର୍ବାଚନ କମିଶନ ଇଚ୍ଛା ପ୍ରକାଶ କରିଛନ୍ତି।

   Ad..


ଏହା ପୂର୍ବରୁ ଗତ ସପ୍ତାହରେ ଅନୁଷ୍ଠିତ ଏକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସିଇଓ, ଡିଇଓ ଏବଂ ଇଆରଓ ମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ଆଲୋଚନା କରିବାକୁ, ଏପରି ବୈଠକରେ ପ୍ରାପ୍ତ ଯେକୌଣସି ପରାମର୍ଶକୁ ପୂର୍ବରୁ ଥିବା ଆଇନଗତ ଢାଞ୍ଚା ମଧ୍ୟରେ କଡ଼ାକଡ଼ି ସମାଧାନ କରିବାକୁ ଏବଂ ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା କମିଶନ ନିକଟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ରାଜନୈତିକ ଦଳ ଗୁଡ଼ିକୁ ବିକେନ୍ଦ୍ରୀକରଣ ସମ୍ପର୍କର ଏହି ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ମଧ୍ୟ କମିଶନ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗକୁ କଭର କରୁଥିବା ସାମ୍ବିଧାନିକ ଢାଞ୍ଚା ଅନୁଯାୟୀ କମିଶନ ଦ୍ୱାରା ଚିହ୍ନଟ କରାଯାଇଥିବା ୨୮ଟି ହିତାଧିକାରୀଙ୍କ ମଧ୍ୟରୁ ରାଜନୈତିକ ଦଳଗୁଡ଼ିକୁ ଲେଖିଥିବା ଚିଠିରେ କମିଶନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜନପ୍ରତିନିଧିତ୍ୱ ଆଇନ ୧୯୫୦ ଏବଂ ୧୯୫୧; ଭୋଟର ପଞ୍ଜିକରଣ ନିୟମ, ୧୯୬୦; ନିର୍ବାଚନ ଆଚରଣ ନିୟମ, ୧୯୬୧; ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ, ମାନୁଆଲ୍ ଏବଂ ହ୍ୟାଣ୍ଡବୁକ୍ (ଇସିଆଇ ୱେବସାଇଟରେ ଉପଲବ୍ଧ) ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏକ ବିକେନ୍ଦ୍ରୀକୃତ, ଦୃଢ଼ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ପ୍ରତିଷ୍ଠା କରାଯାଇଅଛି ।




Edited by k.s thakur...



Post a Comment

Previous Post Next Post