ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୫/୦୩ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ବନମାଳୀ ପେଲେସ ସମ୍ମୁଖରେ ଥିବା ଜଗନ୍ନାଥ କାର ସ୍ପା ପରିସରରେ ଫଗୁଣ ଆସର ଅନୁଷ୍ଠିତ ହୋଇଥିଲା।
Ad..
ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟ ଅତିଥି, ଅଧ୍ୟାପକ ବିନୟ କୁମାର ଦାଶ, ମୁଖ୍ୟ ବକ୍ତା, ବିଭୁଦତ୍ତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ପଳାଶ ଫୁଲ ଓ ଅବିର ପ୍ରଦାନ କରାଯାଇଥିଲା।କଣ୍ଠଶିଳ୍ପୀ ଗଣପତି ବେହେରା ଭଜନ ପରିବେଷଣ କରିଥିଲେ।କବି ଉମେଶ ବେହେରା ଓ ରମେଶ କୁମାର ବାରିକଙ୍କ ସମ୍ପାଦନାରେ ଅନୁଷ୍ଠାନର ଦ୍ୱିମାସିକ ପତ୍ରିକା ନିର୍ଝର କୋଶଳୀ ସଂଖ୍ୟା ଅତିଥି ମାନଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା।ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସଭା ପରିଚାଳନା, ଡ.ନାରାୟଣ ମିଶ୍ର ସ୍ୱାଗତ ଭାଷଣ,ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ବିବରଣୀ ପଠନ ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ସଂଯୋଜକ ଧୀରଜ ଅଗ୍ରୱାଲ ଓ ସହ ସମ୍ପାଦିକା ଅଞ୍ଜଳି ମାଝୀଙ୍କ ସଂଯୋଜନାରେ ଉପସ୍ଥିତ ଶତାଧିକ କବି କବୟିତ୍ରୀ ବହୁଭାଷୀ କବିତା ପାଠ କରିଥିଲେ।ଏହି ଆସରରେ କବି ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ଶ୍ୟାମ ସୁନ୍ଦର ଗୁରୁ,ମୁକୁନ୍ଦ ସାହୁ,ଥମିର ଛତ୍ରିଆ,ଡୋଳାମଣି ମହତ,ବିନୋଦ ପୁଟେଲ, ଶୋଭିତ ତାଣ୍ଡୀ, ମାନସ ରଞ୍ଜନ ଜାଲ,ଅମରକାନ୍ତ ବେହେରା, ବିକାଶ ନାଥ,ତୁଶ୍ରୀତା ସିଂଦେବୀ ମାଝୀ,କୁଳମଣି ସାହୁ,ଛେଲିଆ ସାହୁ,ରତୀନ୍ଦ୍ର ରାଏ, ମମତା ପଣ୍ଡା, ଧନସିଂ ମାଝୀ, ଅନନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...


