ପଦ୍ମପୁର ଭେଉରିଆଛକ ଶୈଚାଳୟ ସମ୍ମୁଖରେ ଲାଗିଥିବା ଅନାବଶ୍ୟକ ହୋଡିଙ୍ଗ ହଟାଯାଉ...

ପଦ୍ମପୁର ଭେଉରିଆଛକ ଶୈଚାଳୟ ସମ୍ମୁଖରେ ଲାଗିଥିବା ଅନାବଶ୍ୟକ ହୋଡିଙ୍ଗ ହଟାଯାଉ...


ବରଗଡ଼,୧୫/୦୩ : ଅନାବଶ୍ୟକ ହୋଡିଙ୍ଗ ପାଇଁ ଲୁଚି ଯାଉଛି ଶୈଚାଳୟ। ଜନଗହଳି ପୁର୍ଣ୍ଣ ଭେଉରିଆଛକ ଠାରେ ଥିବା ଏକମାତ୍ର ଶୈଚାଳୟ ଉପରେ ଭୋର୍ ରୁ ମଧ୍ଯରାତ୍ରି ପର୍ଯ୍ୟନ୍ତ ସର୍ବାଧିକ ବସ୍ ଯାତ୍ରି ନିର୍ଭର କରୁଥିବା ବେଳେ ଶୈଚାଳୟ ସମ୍ମୁଖରେ ଲାଗିଥିବା ଏକ ଅଯୋଗ୍ୟ ହୋଡିଙ୍ଗ ଯୋଗୁଁ ସର୍ବସାଧାରଣ ଶୈଚାଳୟ ଦେଖାଯାଉ ନାହିଁ। 

Ad..


ଫଳରେ ଯାତ୍ରୀମାନେ ମୁଖ୍ୟ କରି ମହିଳା ଯାତ୍ରୀଙ୍କୁ ନାନା ହଇରାଣ ସହ ଅପଦସ୍ତ ହେବାକୁ ପଡୁଛି। ଗତ ଦଶହରା ସମୟରେ  ଦୂର୍ଗାପୂଜା ଶୁଭେଚ୍ଛା ଜଣାଇବା ପାଇଁ ଜଣେ ଅନ୍ୟ ନିର୍ବାଚନ ମଣ୍ଡଳୀ ର ନେତା ଙ୍କ ଶୁଭେଚ୍ଛା ହୋଡିଙ୍ଗ ଲଗାଯାଇଥିଲା ତାହା ଏବେବି ଲାଗିଛି ଯାହା ଶୈଚାଳୟ ପାଇଁ ସମସ୍ୟା ସୃଷ୍ଟି ହେଉଛି ।ପଦ୍ମପୁର ଏନ୍ ଏ ସି ଉକ୍ତ ଅନାବଶ୍ୟକ ହୋଇଥିବା ହୋଡିଙ୍ଗ କୁ ଖୋଲି ଅଲଗାଇବା ପାଇଁ ଜନସାଧାରଣ ରେ ଦାବି ହେଉଛି।



Edited by k.s thakur...



Post a Comment

Previous Post Next Post