୫ ବର୍ଷୀୟା ନାବାଳିକାର ରକ୍ତାକ୍ତ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଜଣେ ଅଟକ...
ଛେଣ୍ଡିପଦା,୧୬/୦୩ : ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପିଢ଼ଖମଣ ଗ୍ରାମର ନିଖୋଜ ଥିବା ୫ ବର୍ଷର ଶିଶୁ କନ୍ୟାର ମୃତଦେହକୁ ପୁଲିସ ଘର ପାଖ ମହୁଲ ବଣରୁ ଉଦ୍ଧାର ତଦନ୍ତ ଚଳେଇଛି। ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି।
Ad..
ପୁଲିସ ସୂତ୍ରରୁ ପ୍ରକାଶ ପାଲଲହଡା ଅଞ୍ଚଳର ପଟାଟାଙ୍ଗର ଗ୍ରାମର ରଞ୍ଜନ ସାୟ(୨୫) ଗତ ୮ ବର୍ଷ ହେଲା ପରିବାର ନେଇ ପିଢ଼ଖମଣ ଗ୍ରାମରେ ରହି ମଜୁରୀ କାମ କରନ୍ତି। ରଞ୍ଜନ ଝିଅ ରଞ୍ଜିତା(୫) ଗତ ୧୩ ତାରିଖ ମଧ୍ୟାହ୍ନ ୨ଟାରେ ଘର ଅଗଣାରେ ରଞ୍ଜନଙ୍କ ଏକମାତ୍ର ଝିଅ ଖେଳୁଥିଲା। ରଞ୍ଜନଙ୍କ ପତ୍ନୀ କିଛିସମୟ ପରେ ଖୋଜିବା ବେଳକୁ ପାଇ ନଥିଲେ।
Ad..
ଗତକାଲି ୧୫ ତାରିଖ ଭୋର ୬ ଟାରେ ସ୍ଥାନୀୟ ଲୋକମାନେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ।
ମୃତଦେହ ଥିବା ୫୦ ଫୁଟ ଦୂରରେ ଭଡାରେ ରହୁଥିବା ଜେରେଙ୍ଗ ଗ୍ରାମର ବାବୁଲା ଜେନା(୪୦)ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳେଇଛି। ରଞ୍ଜିତାକୁ ଡାକିନେଇ ବାବୁଲା ଦୁଷ୍କର୍ମ କରିବା ପରେ ହତ୍ୟା କରି ଘର ସମ୍ମୁଖ ମହୁଲ ବଣରେ ମୃତଦେହ ଫିଙ୍ଗି ଦେଇଥିବାର ପୁଲିସ ସନ୍ଦେହ କରୁଛି।
ବାବୁଲା ନିଜ ସ୍ତ୍ରୀକୁ ଛାଡ଼ି ୫ ବର୍ଷ ପୂର୍ବରୁ ସମ୍ପର୍କୀୟ ଭାଉଜକୁ ନେଇ ଗାଁରୁ ଫେରାର ହୋଇଥିଲେ। ସେହିଦିନଠାରୁ ବାବୁଲା କଙ୍କରେଇ ଅଞ୍ଚଳରେ ଭଡ଼ାରେ ରହି ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଚଳୁଥିଲେ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ଶିଶୁକନ୍ୟାର ମୃତଦେହ ରଖାଯାଇଛି। କଟକରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି।
Edited by k.s thakur...
Tags:
chendipada
latest news
latest update
minor girl
murder
odisha daily current affairs
rape
suspect



