ସମାଜରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ...

ସମାଜରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ...


ଭୁବନେଶ୍ୱର,୧୫/୦୩ : ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ କରାଯାଇଛି । ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି। 

Ad..


ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ପାଇଁ ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ହୋଇଛି। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଯୋଗ୍ୟ; ଗତ ୧୨ ତାରିଖ ବୁଧବାର ପ୍ରଦୀପ କୁମାର ମାଝୀ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ବିବାହ କରିଛନ୍ତି।  ଗୋଆରେ ଧୁମ୍‌ଧାମ୍‌ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।




Edited by k.s thakur...



Post a Comment

Previous Post Next Post