ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ...

ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ...


ବରଗଡ଼,୨୧/୦୩ : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଅଛି।ଏହି ପରିପ୍ରେକ୍ଷୀରେ ଗତକାଲି ସଭାପତି ପ୍ରମୋଦ ଝାଙ୍କର ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବରପାଲି କୁ ଯାଇ ବିଶିଷ୍ଠ ସମାଜସେବୀ ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟ ଶ୍ରୀ ମୋତିଲାଲ ଅଗ୍ରୱାଲ,ଙ୍କୁ ତାଙ୍କ ବାସଭବନ ରେ ସାକ୍ଷାତ କରିଥିଲେ।

Ad..


ତେୟାଶୀ ବର୍ଷୀୟ ଶ୍ରୀ ଅଗ୍ରୱାଲ ଅତି ଭାବ ବିହ୍ଵଳ ହୋଇ ତାଙ୍କର ସମାଜିସେବା , ରାଜନୈତିକ ଓ ସ୍ଥାନୀୟ ଅଂଚଳରେ ନିଜର ସାଙ୍ଗଠନିକ ଉପଲବ୍ଧି ବର୍ଣ୍ଣନା କରିଥିଲେ। ଜଣେ  ମେଧାବୀ ଛାତ୍ର,  ଓଡ଼ିଆ ସାହିତ୍ୟ, ସଂସ୍କୃତ, ଇଂରାଜୀ ରେ ଅଗାଧ ରୁଚି ଓ ପ୍ରଖର ସ୍ମୃତି ଶକ୍ତି ତାଙ୍କର ବାର୍ତାଳାପ ରେ ସ୍ପଷ୍ଟ ଜଣାପଡୁଥିଲା। 

    Ad..


ସ୍ବର୍ଗତ ବିଜୁ ପଟନାୟକ, ରାଜେନ୍ଦ୍ର ନାରାୟଣ ସିଂଦେଓ,ଲାଲକୃଷ୍ଣ ଆଡ଼ଭାନୀ ଆଦି ବିଶିଷ୍ଟ ନେତାମାନଙ୍କଠୁ ଆରମ୍ଭ କରି ଗୁଡ଼ାଏ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍ଗ ସହ ସୁସମ୍ପର୍କ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ।ଆଜି ସେ ଅନ୍ତରଙ୍ଗ ଅଭୁଲା ଭାବ ବିନିମୟ କରି ସାମାଜିକ କାମ ରେ ଆମ ସଂଗଠନର କାର୍ଯ୍ୟଶୈଳୀକୁ ଶ୍ରୀ ଅଗ୍ରୱାଲ ପ୍ରସଂଶା କରିଥିଲେସ।

ଏହି ସ୍ମରଣୀୟ ସାକ୍ଷାତକାର ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋବିନ୍ଦ ଦାଶ , କେଦାର ମିଶ୍ର, ପ୍ରଶନ୍ନ ପ୍ରଧାନ, ସୁରେନ୍ଦ୍ର ମୋହନ ଚାନ୍ଦ ଆଦି କର୍ମକର୍ତ୍ତା  ଯୋଗ ଦେଇ ଶ୍ରୀ ଅଗ୍ରୱାଲଙ୍କ ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା କରି ଆଉ ଏକ ବରିଷ୍ଠ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ବାହାରି ପଡ଼ିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post