ସାଙ୍ଗର କାଠ ଫାଳିଆ ମାଡ଼ରେ ଗଲା ସାଙ୍ଗର ଜୀବନ...

ସାଙ୍ଗର କାଠ ଫାଳିଆ ମାଡ଼ରେ ଗଲା ସାଙ୍ଗର ଜୀବନ...


ଖପ୍ରାଖୋଲ,୨୧/୦୩ : ସାଙ୍ଗ ନେଲା ସାଙ୍ଗର ଜୀବନ। ସାଙ୍ଗର କାଠ ଫାଳିଆ ମାଡ଼ରେ ଚାଲିଗଲା ସାଙ୍ଗର ଜୀବନ। ଖପ୍ରାଖୋଲ ଥାନା ପୁତୁଲାମହୁଲ ଓ ବନେଇପଦର ଗାଁ ମଝିରେ ଏଭଳି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଲେ ବନେଇପଦର ଗାଁର ସୁସିଲ ସାହୁ।

Ad..


ସୂଚନାନୁଯାୟୀ, ପୁତୁଲାମହୁଲ ଗାଁର ପିଣ୍ଟୁ ସାହୁ ଏବଂ ସୁଶିଲ ସାହୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଏକ କାଠ ଫାଳିଆରେ ପିଣ୍ଟୁ ସୁଶିଲଙ୍କୁ ଆକ୍ରମଣ କରିଥିଲେ। 

     Ad..


ବଞ୍ଚାଇବାକୁ ଯାଇ ସୁଶିଲଙ୍କ ଭାଇ ବିକାଶ ସାହୁ ଗୁରୁତର ହୋଇଥିଲେ। ସେପଟେ ଘଟଣାସ୍ଥଳରେ ସୁଶିଲଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଟଙ୍କା ନେଣଦେଣ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 



Edited by k.s thakur...


Post a Comment

Previous Post Next Post