ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି...

ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି...


ଭୁବନେଶ୍ଵର,୨୧/୦୩ : ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ପରେ ଆଜି ବିଧାନସଭା ପହଞ୍ଚିଲେ ତାରା ବାହିନୀପତି । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଆଜି କଂଗ୍ରେସ ବିଧାୟକମାନେ କଳା କପଡ଼ା ପିନ୍ଧିବା ସହିତ ହାତରେ ଘଣ୍ଟା, ତୁରୀ ଧରି ଗୃହ ଭିତରକୁ ପ୍ରବେଶ କରିଥିଲେ।

Ad..


ଏହା ସହ ଆଜି ବିଧାନସଭା ଆରମ୍ଭରୁ ଦେଖା ଦେଇଛି ହୋହଲ୍ଲା। ଘଣ୍ଟ ନାଦରେ ନୀରବି ଗଲା ପ୍ରଶ୍ନକାଳ । ଆଜି ଗୃହରେ ବାଚସ୍ପତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ରଖିବାକୁ କହିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ସହିତ ଗୃହକୁ ଆସିଥିବା କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହଙ୍ଗାମା ଆରମ୍ଭ କରିଦେଇଥିଲେ।

    Ad..


ବିରୋଧୀ ବିଧାୟକମାନେ ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସିଥିଲେ ଏବଂ ଘଣ୍ଟ, ତୁରୀ, ବଂଶୀ, ଝାଞ୍ଜ, ଗିନି ଆଦି ବାଦ୍ୟଯନ୍ତ୍ର ବଜାଇ ଗୃହରେ କମ୍ପନ ସୃଷ୍ଟି କରିଥିଲେ । ତାରା ବାହିନୀପତି ବାଚସ୍ପତିଙ୍କ ମୁହଁ ସାମ୍ନାରେ ଘଣ୍ଟ ବାଡ଼େଇଥିଲେ । ଫଳରେ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ସମ୍ଭବ ହୋଇପାରି ନ ଥିଲା। 

ବାଚସ୍ପତି ସମସ୍ତ ସଦସ୍ୟକୁ ଆସନକୁ ଫେରି ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ସ୍ଥଗିତ ରଖିଥିଲେ ।



Edited by k.s thakur...



Post a Comment

Previous Post Next Post