ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱ,ମତଦାନ କେନ୍ଦ୍ରରେ ରହିବେନି ୧୨ଶହରୁ ଅଧୁକ ଭୋଟର୍...
(୧ କୋଟି ନିର୍ବାଚନ ଅଧୁକାରୀଙ୍କୁ ଦିଆଯିବ ଡିଜିଟାଲ୍ ତାଲିମ)
ବରଗଡ଼ ,୨୧/୦୩ : ଭାରତର ୨୬ତମ ମୁଖ୍ୟ ନିର୍ବାଚନ କମିଶନର (ସିଇଓ) ଭାବରେ ଜ୍ଞାନେଶ କୁମାର ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ମୁକ୍ତ ଓ ଅବଧ ମତଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ନିର୍ବାଚନ କମିଶନର ଡ.ସୁଖବୀର ସିଂହ ସାନ୍ଧୁ ଓ ତ.ବିବେକ ଯୋଶୀ ସହଯୋଗ କରିଛନ୍ତି।
Ad..
ନିର୍ବାଚନ କମିଶନ ସମସ୍ତ ରୋଟରଙ୍କ ଅଂଶ ଗ୍ରହଣକୁ ପ୍ରୋସାହବ କରୁଛନ୍ତି। ମତଦାନ କେନ୍ଦ୍ରରେ ଭୋଟରଙ୍କ ଏକ ସୁଖଦ ଅଭିଜ୍ଞତା ସୁନିଶ୍ଚିତ କରିବା ବ୍ୟବସ୍ଥା କରିଛନ୍ତି। ଏଥିରେ ରାଜନୈତିକ ଦଳ ଓ ପ୍ରମୁଖ ଅଂଶୀଦାର ତୃଣମୂଳସ୍ତରରେ ସାମିଲ ହେଉଛତି ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Ad..
ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ସକାଶେ ପ୍ରାୟ ୧ କୋଟି ନିର୍ବାଚନ ଅଧିକାରୀଙ୍କ ନିରକ୍ଷର କ୍ଷମତା ବୃଦ୍ଧି ପାଇଁ ଡିଜିଟାଲ୍ ତାଲିମ ବ୍ୟବସ୍ଥା କରାଯାଇଛି। ନିର୍ବାଚନ କର୍ତ୍ତୃପକ୍ଷଙ୍କ ସହ ନିର୍ବାଚନ ରେଜିଷ୍ଟ୍ରେସନ ଅଧୁକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀସ୍ତରରେ ପ୍ରାୟ ୫୦୦୦ଟି ସର୍ବଦଳୀୟ ବୈଠକ ମାଧ୍ୟମରେ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ।
ବୈଠକରେ ଏ ପର୍ଯ୍ୟନ୍ତ କେବଳ ୮୯ଟି ପ୍ରଥମ ଅପିଲ୍ ଏବଂ କେବଳ ୧ଟି ଦ୍ଵିତୀୟ ଅପିଲ୍ ଦାଖଲ ହୋଇଛି। ୟୁଆଇଡିଏଆଇ ଏବଂ ଭାରତୀୟ ନିର୍ବାଚନ କମିଶନର ବିଶେଷଜ୍ଞଙ୍କ ମଧ୍ୟରେ ବୈଷୟିକ ପରାମର୍ଶ ଖୁବ୍ଶୀଘ୍ର ଆରମ୍ଭ ହେବାକୁଯାଉଛି। କମିଶନ ଦେଶବ୍ୟାପୀ ଭୋଟର ତାଲିକାରେ ଡୁପ୍ଲିକେଟ୍ ହଟାଇବେ। ୩ ମାସ ମଧ୍ୟରେ ଏକ ଦଶନ୍ଧି ଧରି ଚାଲିଥୁବା ସମସ୍ୟାର ସମାଧାନ ପାଇଁ ନିଷ୍ପରି ନେଇଛନ୍ତି।
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମନ୍ବୟରେ ଭୋଟର ତାଲିକା ନିୟମିତ ହେବ । ସମସ୍ତ ଯୋଗ୍ୟ ନାଗରିକଙ୍କ ୧୦୦% ପଞ୍ଜୀକରଣ ସୁନିଶ୍ଚିତ କରିବା, ସହଜ ମତଦାନ ଏବଂ ଏକ ସୁଖଦ ମତଦାନ ଅଭିଜ୍ଞତା ସୁନିଶ୍ଚିତ କରିବା ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ଉଦ୍ଦେଶ୍ୟ।
କୌଣସି ମତଦାନ କେନ୍ଦ୍ରରେ ୧୨୦୦ରୁ ଅଧିାକ ମତଦାତା ରହିବେ ନାହିଁ । ମତଦାତାଙ୍କ ଠାରୁ ୨ କିଲୋମିଟର ଦୂର ମଧ୍ୟରେ ମତଦାନ କେନ୍ଦ୍ର ରହିବା ପାଇଁ ପଦକ୍ଷେପ ନିଆଯିବ। ଏପରିକି ଦୂରତମ ଗ୍ରାମୀଣ ମତଦାନ କେନ୍ଦ୍ରରେ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ ବୋଲି କାର୍ଯ୍ୟାଳୟ ସୂଚନା ଦେଇଛି।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରାଙ୍କ ଦୁଇ ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ରେ ନୂଆଦିଲ୍ଲୀରେ ହୋଇଥିଲା। ଯେଉଁଥିରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ରେଜିଷ୍ଟ୍ରେସନ ଅଧୁକାରୀ ଅଂଶଗ୍ରହଣ କରିଥିଲେ।
ଦେଶବ୍ୟାପୀ ବୈଠକରେ ତୃଣମୂଳସ୍ତରରେ ରାଜନୈତିକ ଦଳ ଦ୍ଵାରା ଉଠାଯାଇଥିବା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରାଯିବ। ଏହି ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ସମଗ୍ର ଭାରତରେ ସମାପ୍ତ ହେବ। ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଙ୍କଠାରୁ ପରାମର୍ଶ ମଧ୍ଯ ଆମନ୍ତ୍ରଣ କରିଛନ୍ତି । ସେମାନେ ୩୦ ଏପ୍ରିଲ ୨୦୨୫ ସୁଦ୍ଧା ମତାମତ ପଠାଇପାରିବେ।
Report : Bijay ku sahu
Edited by k.s thakur...



