ବଙ୍ଗୋମୁଣ୍ଡା ରାମନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ...

ବଙ୍ଗୋମୁଣ୍ଡା ରାମନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ...


ବଙ୍ଗୋମୁଣ୍ଡା,୨୧/୩ : ବଙ୍ଗୋମୁଣ୍ଡାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣସ୍ଥ ପ୍ରହରୀ ମଣ୍ଡପରେ ରାମନବମୀ ଅବସରରେ ଷୋହଳ ପ୍ରହରୀ ନାମଯଜ୍ଞ ଆୟୋଜିତ ହେବ ।୩୬ ତମ ରାମନବମୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Ad..


ଉତ୍ସବକୁ ଆଡ଼ମ୍ବର ସହକାରେ ପାଳନ ପାଇଁ ଆୟୋଜକ କମିଟି ଗଠନ କରାଯାଇଛି ।କମିଟିର ଅଧ୍ୟକ୍ଷ ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ସଭାପତି ନିଲାଞ୍ଚଲ ଥନାପତି,କାର୍ଯ୍ୟକାରୀ ସଭାପତି ନାରାୟଣ ମିଶ୍ର,ଉପସଭାପତି କପିଳ ଅଗ୍ରୱାଲ,ଠାକୁର ଛତ୍ରିଆ,ସମ୍ପାଦକ ଯଶୋବନ୍ତ ବାଗ,ସହ ସମ୍ପାଦକ ରମେଶ ଜୈନକୋଷାଧ୍ୟକ୍ଷ ସନ୍ତୋଷ ଜୈନ ପ୍ରମୁଖଙ୍କୁ ଚୟନ କରାଯାଇଛି।

     Ad..


କର୍ତ୍ତା ଭାବେ ସନ୍ତୋଷ ଅଗ୍ରୱାଲ ଏବଂ ସପତ୍ନୀ ଦାୟିତ୍ୱ ନର୍ବାହ କରିବେ। କଳସ ଶୋଭାଯାତ୍ରା ସହ ନାମଯଜ୍ଞ ଅନୁଷ୍ଠିତ ହେବ ।ବିଭିନ୍ନ ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରିବେ ।କମିଟି ପକ୍ଷରୁ ବ୍ୟାପକ ଆୟୋଜନ ନେଇ ଆଲୋଚନା ହୋଇଥିଲା ।ଗ୍ରାମର ବହୁ ଲୋକ ବୈଠକରେ ଅଂଶ ଗ୍ରହଣ କରି ମତାମତ ରଖିଥିଲେ । ରାମ ନବମୀ ପାଇଁ ବଙ୍ଗୋମୁଣ୍ଡା ଉତ୍ସବ ମୁଖର ହେବ ବୋଲି ସୂଚନା ଦିଆଯାଇଛି।



Edited by k.s thakur...

Post a Comment

Previous Post Next Post