ଶ୍ରୀ ରାମ ନବମୀ ଉତ୍ସବ ପାଇଁ କଣ୍ଟାବାଞ୍ଜି ସହରରେ ତୋରଣ(ଝଣ୍ଡା) ବନ୍ଦା କାର୍ଯ୍ୟ...
କଣ୍ଟାବାଞ୍ଜି,୨୧/୦୩ : ଶ୍ରୀ ରାମ ନବମୀ ହିନ୍ଦୁ ମାନଙ୍କ ପାଇଁ ଏକ ପ୍ରମୁଖ ଉତ୍ସବ ଅଟେ। ଯାହା ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ରାମ ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀ ରାମ ଙ୍କ ଜନ୍ମ ହୋଇଥିଲା । ତେଣୁ ଏହି ଦିନ ଭଗବାନ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯାଇଥାଏ।
Ad..
ଶ୍ରୀ ରାମ ନବମୀ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ କଣ୍ଟାବାଞ୍ଜି ଶ୍ରୀ ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସହର କୁ ସୁସଜ୍ଜିତ କରିବା ନିମନ୍ତେ ସହରରେ ଭଗୁଆ (ନାରଙ୍ଗି )ରଙ୍ଗ ତୋରଣ ଝଣ୍ଡା ବନ୍ଧା କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟ ଦୁଇ ଦିନରୁ ଚାଲିଛି।
Ad..
ତୋରଣ,ଝଣ୍ଡା ବନ୍ଧା କାର୍ଯ୍ୟ ରେ କମିଟି ସଭାପତି ରାଜ କୁମାର ଶର୍ମା ଙ୍କ ତତ୍ତ୍ଵାବଧାନରେ ମୋଟ ୪୦ ଜଣ ସ୍ୱେଚ୍ଛା ସେବୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅରବିନ୍ଦ ଚନ୍ଦନ, ହିତେଶ ବେହେରା,ରାଜେଶ ବେହେରା,ପିଙ୍କୁ ବାରିକ୍,ରାଜୁ ପଟେଲ, ଛୋଟୁ ବେହେରା,ବିବେକ ଶର୍ମା,ତପନ ବେହେରା,ଲୋଚନ ବାରିକ,ପ୍ରକାଶ ପ୍ରଧାନ,ଦୀପକ ଘିବେଲା ସହ ଅନ୍ୟ ସଦସ୍ୟ ମାନେ ରାତ୍ରି ସାରା ତୋରଣ ବନ୍ଦା କାର୍ଯ୍ୟ ଭାର ତୁଲାଇ ଛନ୍ତି।
Edited by k.s thakur...



