ଏପ୍ରିଲ ୨ ରେ ହେବ ଶିଶୁ ବାଟିକା ପାଇଁ "ଖଡ଼ିଛୁଆଁ " ଓ ପ୍ରବେଶ ଉତ୍ସବ...
ବରଗଡ଼,୨୨/୦୩ : ବରଗଡ ଜିଲ୍ଲା ରେ ନାମ ଲେଖାଇବେ ୧୭୨୧୩ ଜଣ ଛାତ୍ରୀ ଛାତ୍ର ଆସନ୍ତା ଏପ୍ରିଲ ୨ ତାରିଖ ସମଗ୍ର ରାଜ୍ୟ ରେ ପ୍ରତ୍ୟେକ ବିଦ୍ୟାଳୟ ରେ ଶିଶୁ ବାଟିକା ପାଇଁ ଅନୁଷ୍ଟିତ ହେବ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ।
Ad..
ଏଥି ପାଇଁ ପ୍ରତ୍ୟେକ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଣ୍ଟନ କରୁଥିବା ପରିପ୍ରେକ୍ଷୀରେ ଶୁକ୍ରବାର ବରଗଡ଼ ବ୍ଲକ ସରସରା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଜିଲ୍ଲାପାଲ୍ ଆଦିତ୍ୟ ଗୋୟଲ ପରିଦର୍ଶନ କରିବା ସହ ଉକ୍ତ ଗ୍ରାମ ମାନଙ୍କ ରେ ପହଞ୍ଚି ଛାତ୍ର ଛାତ୍ରୀ ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀମାନଙ୍କୁ ଭେଟି ଆସନ୍ତା ଏପ୍ରିଲ ମାସ ୨ ତାରିଖ ରେ ଅନୁଷ୍ଟିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ "ଖଡ଼ି ଛୁଆଁ "ପର୍ବ ରେ ସାମିଲ ହେବା ପାଇ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ।
Ad..
ଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ବରଗଡ଼ ବିଡ଼ିଓ ବ୍ରେଶିୟୁଶ ଡୁଙ୍ଗଡୁଙ୍ଗ,ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ଙ୍କ ସମେତ ସମଗ୍ର ଶିକ୍ଷା ର ସମସ୍ତ ପଦାଧିକାରୀ ବୃନ୍ଦ ସ୍ଥାନୀୟ ସିଆରସିସି ଉପସ୍ଥିତ ରହି ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ଶିଶୁ ବାଟିକା ପାଇଁ ହେବାକୁ ଥିବା ପ୍ରବେଶ ଉତ୍ସବ ସମ୍ବନ୍ଧ ରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ।
ଶିଶୁ ବାଟିକା ଓ ଗ୍ରେଡ ୱାନ ୨୦୨୫ -୨୬ ନାମ ଲେଖା ପାଇଁ ବରଗଡ଼ ବ୍ଲକ ୧୪୦୫ ଅତାବିରା ୧୦୮୦ ଅମ୍ବାଭୋନା ୫୦୪,ବରପାଲି ୭୭୭, ଭଟଲି ୬୧୨,ଭେଡେନ ୮୩୦,ବିଜେପୁର ୭୪୮,ଗାଇସିଲେଟ ୮୯୭,ଝାରବନ୍ଧ ୭୯୬,ପାଇକମାଳ ୭୯୮,ସୋହେଲା ୧୦୯୨ ଜଣ ସର୍ବମୋଟ ୧୦୪୯୪ ଜଣ ୫ ବର୍ଷ ଯୁକ୍ତ ବୟସ ର ଛାତ୍ର ଛାତ୍ରୀ ଓ ଠିକ୍ ସେହିପରି ୧୨ ବ୍ଲକ ରେ ୬ ବର୍ଷ ଯୁକ୍ତ ବୟସ ର ନାମ ଲେଖାଇବାକୁ ଥିବା ଯୋଗ୍ୟ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୬୭୧୯ ଜଣ ରହିଥିବା ବେଳେ ବରଗଡ଼ ଜିଲ୍ଲା ରେ ସର୍ବ ମୋଟ ୧୭୨୧୩ ଜଣ ଛାତ୍ର ଛାତ୍ରୀ ଶିଶୁବାଟିକା ରେ ନାମ ଲେଖାଇବାକୁ ଥିବା ଏକ ତାଲିକା ପ୍ରସ୍ତୁତ ହୋଇଥିବା ସମ୍ବନ୍ଧ ରେ ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
Report : Bijay ku sahu
Edited by k.s thakur...



