ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ମାମଲା...
ଭୁବନେଶ୍ୱର,୨୨/୦୩ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ହାଇକୋର୍ଟ ରେ କେସ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
Ad..
ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପରାଧିକ ମାମଲା ସମ୍ପର୍କିତ ସତ୍ୟତା ଲୁଚାଇଥିବା ନେଇ ଦୀପାଳି ଅଭିଯୋଗ କରିଥିଲେ।
Ad..
ତାଙ୍କ ସତ୍ୟପାଠ ଷ୍ଟାମ୍ପ ପେପରରେ ତିଆରି ହୋଇ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।ଆସନ୍ତା ଏପ୍ରିଲ ୨୪ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
Edited by k.s thakur...
Tags:
Bhubaneswar
jharsuguda
latest news
latest update
MLA
odisha daily current affairs
tankadhar tripathi



