ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା...


ବଙ୍ଗୋମୁଣ୍ଡା,୨୮/୦୩ :- ମୁରିବାହାଲ ବ୍ଲକ ପତ୍ରପାଲି(କ) ପଞ୍ଚାୟତର ଜାମୁଟ ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ପାଇଁ ଶୁକ୍ରବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ନିକଟସ୍ଥ ଜଳାଶୟ ରୁ ଏକ ବିଶାଳ ଶୋଭା ଯାତ୍ରାରେ ପୂର୍ଣ୍ଣ ଜଳ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା।

Ad..


ଗ୍ରାମର ଶତାଧିକ ପୁରୁଷ, ମହିଳା ଘଣ୍ଟ,ଶଙ୍ଖ,ଖୋଳ,ସଂକୀର୍ତ୍ତନ୍ୟ ସହ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ।ଶନିବାର ସକାଳୁ ନାମଯଜ୍ଞ ଆରମ୍ଭ ହେବ ।ପୂଜା କର୍ତ୍ତା ବିକ୍ରମ ପୁଟେଲ,ଶ୍ରୀମତି ପୁଟେଲ ଏବଂ ପୂଜକ ଭାବେ ବିଘ୍ନରାଜ ତ୍ରିପାଠୀ, ସତ୍ୟବାନ ଶତପଥୀ ଦାୟିତ୍ୱ ନିର୍ବାହ କରିଥିଲେ।

ଆୟୋଜକ କମିଟି ସଭାପତି ନୂଆ ଭୋଇ,ଉପସଭାପତି କୁମୁଦ ଭୋଇ,ସମ୍ପାଦକ ସୁବ୍ରତ ପଟ୍ଟନାୟକ,ସହ ସମ୍ପାଦକ ରଞ୍ଜିତ ପୁଟେଲ,କୋଷାଧ୍ୟକ୍ଷ ଜୟନ୍ତ ପଟ୍ଟନାୟକ,ପ୍ରଦୀପ ପଟ୍ଟନାୟକ,ଉପଦେଷ୍ଟା ଶରତ ପଟ୍ଟନାୟକ,ଯୁଧିଷ୍ଠିର ଭରାସଗରିଆ,ବୈଷ୍ଣବ ଭୋଇ,ସୁରେନ୍ଦ୍ର ପୁଟେଲ, ଲୁନା ପଟ୍ଟନାୟକ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post